fbpx

ଆସୁଛି ଶସ୍ତା ଇଲେକ୍ଟ୍ରିକ୍‌ କାର୍‌ ନାନୋ ଇଭି, ମାତ୍ର ଏତିକି ଟଙ୍କାରେ ଭାରତୀୟ ବଜାରରେ ଉପଲବ୍ଧ ହେବ

ନୂଆଦିଲ୍ଲୀ : ଖୁବ ଶୀଘ୍ର ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍‌ କାର । ଚାଇନାର କାର ମେକର୍‌ କମ୍ପାନୀ ୱିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଲେକ୍ଟ୍ରିକ୍‌ କାର ଉତ୍ପାଦନରେ ବେଶ ସଫଳତା ପାଇଛି । ୨୦୨୦ରେ ୧,୧୯,୨୫୫ଟି ଇଲେକ୍ଟ୍ରିକ୍‌ କାର ସହ ଦ୍ୱିତୀୟ ସବୁଠାରୁ ଅଧିକ ବିକ୍ରି ହେଉଥିବା କାରମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା । ଏବେ କମ୍ପାନୀ ଆଉ ଏକ ମିନି ଇଲେକ୍ଟ୍ରିକ୍‌ କାର ବଜାରକୁ ଆଣିବାକୁ ଯାଉଛି । ଯାହାର ନାଁ ରଖିଛି ନାନୋ ଇଭି । ଏହି ନାନୋ ଇଭି କାର କେବଳ ସବୁଠାରୁ ଛୋଟ କାର, ତା ସହିତ ସବୁଠରୁ ଶସ୍ତା ଇଲେକ୍ଟ୍ରିକ୍‌ କାର ମଧ୍ୟ ହୋଇପାରେ ।

କାରନ୍‌ ନ୍ୟୁଜ୍‌ ଚାଇନାର ରିପୋର୍ଟ ଅନୁଯାୟୀ, ନାନୋ ଇଭି କାରର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୨.୩୦ ଲକ୍ଷ ଟଙ୍କା ରହିପାରେ । ଅର୍ଥାତ ଏହି କାରର ମୂଲ୍ୟ ଅଲ୍‌ଟୋ କାରଠାରୁ ମଧ୍ୟ କମ୍ । କେବଳ ସେତିକି ନୁହେଁ ଚାଇନାରେ ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ୱିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ମିନି ଇଭି ଠାରୁ ମଧ୍ୟ ଆହୁରି ଶସ୍ତାରେ ଉପଲବ୍ଧ ହେବ । ଏହି କାରରେ କେବଳ ୨ ଜଣ ବସିପାରିବେ । କାରର ଟର୍ଣ୍ଣିଂ ରେଡିଏସ୍‌ ୪ ମିଟର ଠାରୁ ବି କମ୍ । ଡାୟମେସନ କଥା କହିବାକୁ ଗଲେ ନାନୋ ଇଭିର ଲମ୍ବ ୨.୪୯୭ ମିଟର, ଚଉଡା ୧.୫୨୬ ମିଟର ଏବଂ ଉଚ୍ଚତା ୧.୬୧୬ ମିଟର । ଆକାରରେ ଏହା ଟାଟା ନାନୋ ଠାରୁ ମଧ୍ୟ ଛୋଟ । ଟାଟା ନାନୋର ଲମ୍ବ ୩ ମିଟର ଥିଲା କିନ୍ତୁ ଏହା ତା ଠାରୁ ମଧ୍ୟ କମ । ନାନୋ ଇଭିର ସର୍ବାଧିକ ସ୍ୱିଡ୍‌ ୧୦୦ କିଲୋମିଟର ପ୍ରତିଘଣ୍ଟା ରହିଥିବା ବେଳେ ଓଚ୬୭ ସାର୍ଟିଫାଏଡ୍‌ ୨୮ଳଡଷ ଲିଥିୟମ-ଆୟନ ବ୍ୟାଟେରୀ ଦିଆଯାଇଛି । ଏହି କାରକୁ ଥରେ ଚାର୍ଜ କଲେ ୩୦୫ କିଲୋମିଟର ଦୌଡିବ । କମ୍ପାନୀ କହିବା ମୁତାବକ ୨୨୦ ଭୋଲ୍ଟ ସକେଟ୍‌ ମାଧ୍ୟମରେ ଚାର୍ଜ କଲେ ବ୍ୟାଟେରୀ ଫୁଲ ହେବାକୁ ୧୩.୫ ଘଣ୍ଟା ସମୟ ଲାଗିବ । ସେହିଭଳି ୬.୬ଡବ୍ଲୁ ଏସି ଚାର୍ଜରରେ ଚାର୍ଜ କଲେ ମାତ୍ର ୪.୫ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ । ଏହା ବ୍ୟତିତ ଏଥିରେ ରିଭର୍ସିଂ କ୍ୟାମେରା, ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍‌, ଇଉ, କି’ ଲେସ୍‌ ଏଣ୍ଟ୍ରି ସିଷ୍ଟମ୍‌, ଖଋଊ ହେଡ୍‌ ଲାଇଟ୍ସ ଏବଂ ୭ ଇଞ୍ଚର ଡିଜିଟାଲ ସ୍କ୍ରିନ୍‌ ରହିଛି ।

Get real time updates directly on you device, subscribe now.