fbpx

ପ୍ୟାରିସ ଅଲିମ୍ପିକ ଉଦଘାଟନ ପୂର୍ବରୁ ଫ୍ରାନ୍ସ ରେଳ ନେଟୱାର୍କରେ ଆକ୍ରମଣ, ଅନେକ ଟ୍ରେନ ଚଳାଚଳ ରଦ୍ଦ

ନୂଆଦିଲ୍ଲୀ: ପ୍ୟାରିସରେ ଅଲିମ୍ପିକ ଉଦଘାଟନର କିଛି ଘଣ୍ଟା ପୂର୍ବରୁ ଟ୍ରେନ ନେଟୱାର୍କରେ ଏକ ବଡ଼ ଆକ୍ରମଣ ଘଟିଛି । ଫ୍ରାନ୍ସିସି ରେଲୱେ କମ୍ପାନୀ SNCF ଶୁକ୍ରବାର ଦିନ କହିଛନ୍ତି ଯେ, ହାଇ-ସ୍ପିଡ ଟିଜିପି ନେଟୱାର୍କର ବଡ଼ କ୍ଷତି ଘଟିଛି । ଏହାର ଉଦ୍ଦେଶ୍ୟ ଦେଶର ହାଇ-ସ୍ପିଡ ନେଟୱାର୍କକୁ ଦୁର୍ବଳ କରିବା ।

SNCF ସମସ୍ତ ଯାତ୍ରୀମାନଙ୍କୁ ନିଜ ଯାତ୍ରା ସ୍ଥଗିତ କରିବାକୁ ଅପିଲ କରିଛନ୍ତି । ଟ୍ରେନ ନେଟୱାର୍କରେ ଆସିଥିବା ସମସ୍ୟାକୁ ଦୂର କରିବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଟ୍ରେନ ଅପରେଟର ଏସଏନସିଏଫ ଶୁକ୍ରବାର ଦିନ ପ୍ୟାରିସ ଅଲମ୍ପିକର ଉଦଘାଟନ ସମାରୋହର କିଛି ଘଣ୍ଟା ପୂର୍ବରୁ କହିଛି ଯେ, ଫ୍ରାନ୍ସର ହାଇ-ସ୍ପିଡ ରେଳ ନେଟୱାର୍କରେ ନିଆଁ ଲାଗିଯିବା ହେତୁ ଟ୍ରେନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ଅଛି ।

Get real time updates directly on you device, subscribe now.