fbpx

୪୦ ଡିଗ୍ରୀ ଉପରେ ରାଜ୍ୟର ୧୫ଟି ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛି । ଏହି କ୍ରମରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି ।

ବାରିପଦାର ତାପମାତ୍ରା ୪୧.୮ ଡିଗ୍ରୀ, ବଲାଙ୍ଗିର ୪୩, ଝାରସୁଗୁଡ଼ା ୪୨.୬, ବୌଦ୍ଧ ୪୨.୬, ଟିଟିଲାଗଡ଼ ୪୧.୫, ଅନୁଗୁଳ ୪୨.୭, ସୋନପୁର ୪୨.୫, ହୀରାକୁଦ ୪୨.୫, ଝାରସୁଗୁଡ଼ା ୪୨.୬, ନୟାଗଡ ୪୦, ପାରଳାଖେମୁଣ୍ଡି ୪୧.୫, ଭବାନିପାଟଣା ୪୧.୨, ସୁନ୍ଦରଗଡ଼ ୪୨.୫ ଡିଗ୍ରୀ ରହିଛି । ଭୁବନେଶ୍ୱରର ତାପମାତ୍ରା ୩୮.୧ ଡିଗ୍ରୀ ରହିଥିବା ବେଳେ କଟକର ତାପମାତ୍ରା ୩୮ ଡିଗ୍ରୀ ରହିଛି ।

ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଉପକୂଳ ଅଞ୍ଚଳମାନଙ୍କରେ ପଶ୍ଚିମ ଓଡ଼ିଶା ଅପେକ୍ଷା ତାପମାତ୍ରା କମ୍ ରହିଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ରାଜ୍ୟର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

Get real time updates directly on you device, subscribe now.