fbpx

Breaking News: ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଜି ୪ଟି ଗେଟ ବନ୍ଦ ହୋଇଛି। ବର୍ତ୍ତମାନ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାଶ୍ୱର୍ରେ ୭ଟି ଗେଟ୍ ଖୋଲା ଥିବା ବେଳେ ଡାହାଣ ପାଶ୍ୱର୍ରେ ୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଉପରି ଭାଗରେ ପ୍ରବଳ ବର୍ଷା ହେତୁ ଏହି ବନ୍ୟାଜଳକୁ ନିଷ୍କାସିତ କରିବା ଲାଗି ହୀରାକୁଦ ଡ୍ୟାମ ଖୋଲାଯାଇଥାଏ। ସେହିପରି ଗେଟ୍ ବନ୍ଦ ହେବା ଫଳରେ ମୁଣ୍ଡଳିର ଜଳସ୍ତର କମିଛି।

ସୂଚନାନୁଯାୟୀ, ଗତକାଲି ହୀରାକୁଦ ଡ୍ୟାମର ୬ଟି ଗେଟ୍ ଖୋଲିଥିଲା। ଗତକାଲିଠାରୁ ସମୁଦାୟ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜରି ରହିଥିଲା। ବର୍ତ୍ତମାନ ୪ଟି ଗେଟ ବନ୍ଦ କରିବା ହେତୁ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ତେବେ ଗତ ୪ ତାରିଖ ସକାଳ ସାଢେ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।

Get real time updates directly on you device, subscribe now.