ସୁପ୍ରିମକୋର୍ଟରେ ପହଞ୍ଚିଲା କଲିକତା ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ସିବିଆଇ ତଦନ୍ତ ପାଇଁ କରାଗଲା ଦାବି

କୋଲକାତାରେ LLB ଛାତ୍ରୀଙ୍କ ଦୁଷ୍କର୍ମ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କୋଲକାତାରେ ଆଇନ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟଙ୍କ ଓକିଲ ସତ୍ୟମ ସିଂହ ସୋମବାର ଦିନ ଏକ ଆବେଦନ ଦାଖଲ କରି କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି।

ପିଟିସନରେ କୁହାଯାଇଛି ଯେ, ଧାର୍ଯ୍ୟ ସମୟ ସୀମାରେ ଯାଞ୍ଚ କରାଯାଉ। ପୀଡ଼ିତାଙ୍କୁ ସୁରକ୍ଷା ଏବଂ କ୍ଷତିପୂରଣ ଦେବାର ଦାବି ପିଟିସନ ଦ୍ୱାରା କରାଯାଇଛି। ଆବେଦନକାରୀ ପୀଡ଼ିତାଙ୍କ ବିଷୟରେ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବିଧାୟକ ମଦନ ମିତ୍ରାଙ୍କ ଅପମାନଜନକ ବିବୃତ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

୨୫ ଜୁନରେ ଦକ୍ଷିଣ କୋଲକାତା ଆଇନ କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କୁ ବରିଷ୍ଠ ଛାତ୍ରଙ୍କ ଦ୍ୱାରା ଗଣଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ବିଜେପି ଏବଂ କଂଗ୍ରେସ ପାର୍ଟୀ ଉତ୍ତେଜିତ ହୋଇଛନ୍ତି। ଏମାନେ କୋଲକାତାର ଆଇନ ବ୍ୟବାସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।