(Video) ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିବ ବାତ୍ୟା ‘ଦାନା’, ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ନେଇ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି। ବାତ୍ୟା ଦାନା ଗତି ପଥରେ ସାମାନ୍ୟ ରିକର୍ଭ ଆସିଛି। ଏଥିପାଇଁ ଲ୍ୟାଣ୍ଡଫଲ୍ ସ୍ଥାନରେ ପରିବର୍ତ୍ତନ ହୋଇନି। ଲ୍ୟାଣ୍ଡଫଲ୍ ପରେ ଏହି ଭୀଷଣ ବାତ୍ୟା ସାମାନ୍ୟ ସାମାନ୍ୟ ରିକର୍ଭ କରିବ। ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାକୁ ଏହା ମୁହାଁଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଜାରି କରିଛନ୍ତି। ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ପାରାଦୀପରେ ସର୍ବାଧିକ ବର୍ଷା ୬୨.୯ ମିମି ହୋଇ ରେକର୍ଡ କରିଛି। ଚାନ୍ଦବାଲିରେ ୪୬ ମିମି ଓ କୁଜଙ୍ଗରେ ୨୭ ମିମି ବର୍ଷା ହେଇଛି।

ବାତ୍ୟାର ଗତିପଥ ପରିବର୍ତନ ହେଉଛି। ତେଣୁ ଆଜି ରାତ୍ରି ମଧ୍ୟଭାଗରେ କାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍ ହେବ। ଆଜି ସକାଳ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଙ୍କ ସହଯୋଗରେ ବ୍ୟାପକ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଉଛି।