fbpx

TCS, Wipro, Infosys ଭଳି ଆଇଟି କମ୍ପାନୀର ସରିବ ୱର୍କ ଫ୍ରମ୍ ହୋମ୍ ଅବଧି, କର୍ମଚାରୀ ମାନେ ପୁଣି ଫେରିବେ ଅଫିସ୍

ନୂଆଦିଲ୍ଲୀ: ୨୦୨୦ରେ କରୋନା ମହାମାରୀ ଦେଶକୁ ଆସିବା ପରଠାରୁ ଘରୋଇ କମ୍ପାନୀ ଗୁଡ଼ିକ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ସମୟରେ ଦେଶ ତଥା ବିଦେଶରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବିଭିନ୍ନ ଦେଶରେ ଲକଡାଉନ୍ ସଟଡାଉନ୍ ଲାଗୁ କରାଯାଇଥିଲା । ତେଣୁ ଅନେକ ଘରୋଇ କମ୍ପାନୀ ସଂକ୍ରମଣ ଭୟରେ ସେମାନଙ୍କ କର୍ମଚାରୀ ମାନଙ୍କୁ ୱର୍କ ଫ୍ରମ୍ ହୋମ୍ ଅର୍ଥାତ୍ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କୋଭିଡ୍ ଟିକାକରଣ ଆରମ୍ଭ ହେବାପରଠାରୁ ସଂକମ୍ରଣ କମୁଥିବା ଦେଖିବାକୁ ମିଳିଛି । ତେଣୁ ଦେଶ ବିଦେଶରେ କାର୍ଯ୍ୟ କରୁଥିବା ବଡ଼ ବଡ଼ କମ୍ପାନୀ ଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ପୁଣିରେ କର୍ମସ୍ଥଳକୁ ଆସି କାମ କରିବାକୁ ଆଦେଶ ଜାରି କରିଛନ୍ତି ।

ଏହି କ୍ରମରେ ରହିଛନ୍ତି TCS, Nestle India, Tata Consumers, Amway, Dabur, Godrej Consumers ଭଳି ଆଗଧାଡ଼ିର କମ୍ପାନୀ । ଏବର୍ଷ ଶେଷ ସୁଦ୍ଧା ଏହିସବୁ କମ୍ପାନୀ ଗୁଡ଼ିକର କର୍ମଚାରୀ ମାନେ ପୁଣିଥରେ ଅଫିସ୍ ଯାଇ କାମ କରିବେ । ହେଲେ ଏଥିରେ କମ୍ପାନି ପକ୍ଷରୁ କର୍ମଚାରୀ ମାନଙ୍କୁ ବିକଳ୍ପ ମଧ୍ୟ ଦେଇଛନ୍ତି । ସେମାନେ ଯଦି ଚାହିଁବେ ଘରେ ରହିବି କାମ କରିପାରିବେ । ତେବେ ଏଥିରେ ତିନିଟି ବିକଳ୍ପ ରହିଛି; ୱର୍କ ଫ୍ରମ୍ ଅଫିସ୍, ୱର୍କ ଫ୍ରମ୍ ହୋମ୍ ଏବଂ ହାଇବ୍ରିଡ୍ ମଡେଲ୍(ଉଭୟ ୱର୍କ ଫ୍ରମ୍ ଅଫିସ୍ ଓ ୱର୍କ ଫ୍ରମ୍ ହୋମ୍) । ଏହି କମ୍ପାନୀ ଗୁଡ଼ିକ ଏମିତି ଏକ ସମୟରେ ଏହି ନିଷ୍ପତି ନେଇଛନ୍ତି ଯେଉଁ ସମୟରେ ଦେଶ ବିଦେଶରେ ଦ୍ରୁତ ଗତିରେ ଟିକାକରଣ କରାଯାଉଛି । ଆଉ ସଫଳ ମାତ୍ରାରେ ଆଗେଇ ମଧ୍ୟ ଚାଲିଛି ।

ନିକଟରେ ଟିସିଏସ୍ ର ସିଇଓ ରାଜେଶ ଗୋପୀନାଥ ଘୋଷଣା କରିଥିଲେ ଯେ, ଏହି ବର୍ଷ ବା ୨୦୨୧ ଶେଷ ବେଳକୁ କମ୍ପାନୀ ୯୦ ପ୍ରତିଶତ କର୍ମଚାରୀ ଙ୍କୁ ନେଇ ଅଫିସ୍ ରେ କାମ କରିବ । ଏଥିସହିତ ୨୦୨୫ ବେଳକୁ କମ୍ପାନୀ ୨୫% କର୍ମଚାରୀଙ୍କୁ ୱର୍କ ଫ୍ରାମ୍ ହୋମ୍ କରିବାର ସୁବିଧା ଦେବ । ଏହି କ୍ରମରେ ୱିପ୍ରୋ ଏବଂ ଇନଫୋସିସ୍ ମଧ୍ୟ ସମାନ ପ୍ରଣାଳୀ ଆପଣାଇବେ । ଡେଲୋଇଟ୍ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ୮୪ ପ୍ରତିାତ ଲୋକ ୱର୍କ ଫ୍ରମ୍ ଅଫିସ୍ କରିବାକୁ ଫିଟ୍ ଅଛନ୍ତି ।
ତେବେ ଆଇଟି କ୍ଷେତ୍ରରେ ଆସୁଥିବା ଟିସିଏସ୍, ୱିପ୍ରୋ, ଇନଫୋସିସ୍ ଭଳି କମ୍ପାନୀକୁ ବାଦ୍ ଦେଲେ ଅନ୍ୟାନ୍ୟ ବ୍ୟାଙ୍କିଙ୍କ୍ ତଥା ଫିନାନ୍ସିଆଲ କମ୍ପାନି ଗୁଡ଼ିକ ମଧ୍ୟ ୯୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ପ୍ରସ୍ତୁତି କରୁଛନ୍ତି । ଏହି ଆଧାରରେ ରହିଛନ୍ତି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, HDFC, Axis ବ୍ୟାଙ୍କ, Yes Bank ଭଳି ଆର୍ଥିକ କ୍ଷେତ୍ର ।

Get real time updates directly on you device, subscribe now.