ଆଜି ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆଜି ମାଲକାନଗିରି ବିମାନବନ୍ଦରରୁ ବିମାନ ଉଡ଼ିବ । ମାଲକାନଗିରି ବିମାନବନ୍ଦରରୁ ଟ୍ରାୟଲ ରନ୍ ହେବ । ଟ୍ରାୟଲ ରନ ପାଇଁ ରନୱେ , ଟର୍ମିନାଲ ପସ୍ତୁତ ରହିଛି । ଏହି ବିମାନବନ୍ଦର ଖୁବଶିଘ୍ର ଉଦଘାଟନ ହେବ ବୋଲି କୁହାଯାଉଛି ।

ଗତ ଡିସେମ୍ବର ୨୮ ତାରିଖରେ ରାଉରକେଲାରୁ କୋଲକତାକୁ ଆରମ୍ଭ ହୋଇଛି ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହୋଇଥିଲା । ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ମିଳିବ ବିମାନ ସେବା ।

ଆଲାଏନ୍ସ ଏୟାର ବିମାନସେବା ଯୋଗାଇଦେବ । ମାତ୍ର ଦେଢ ଘଣ୍ଟାରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ ଯାତ୍ରୀ । ରାଜ୍ୟ ସରକାରଙ୍କ ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ବିମାନ ସେବା ଚାଲିବ । ୩୫ଟି ସିଟ୍ ପାଇଁ VGF ବ୍ୟବସ୍ଥା କରାଯାଇଛି । ରାଉରକେଲାରୁ କୋଲକାତା ଟିକେଟ୍ ର ମୁଲ୍ୟ ୧୯୯୯ ଟଙ୍କା ରହିଛି ।