ସୋର: ସକାଳୁ ସକାଳୁ ବାଲେଶ୍ୱରର ସୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଶା ଧୂପ ଯୋଗୁଁ ଏଠାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ଟି ବଖାର ଜଳିଯାଇଛି ।
ସିମୁଳିଆ ବ୍ଲକ ବଙ୍ଗାଲପୁର ପଞ୍ଚାୟତ ଇଶାଣ ଗାଁରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ ୧୦ କ୍ୱିଣ୍ଟାଲ ଧାନ, ୪ କ୍ୱିଣ୍ଟାଲ ଧାନ ଓ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି ।
ଆଜି ଆଉ ଏକ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଛି। ତାମିଲନାଡୁ ସ୍ଥିତ ରାମନାଥପୁରମ ମେଡିକାଲ କଲେଜରେ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡ଼ିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।