Video: କଳିଯୁଗର ଶୁଆ ପାଠ ପଢି ଗାଉଛି ମହାମନ୍ତ୍ର, ଶୁଣନ୍ତୁ ଶୁଆ ତୁଣ୍ଡରୁ ଅପୂର୍ବ କୃଷ୍ଣ ଭଜନ…

ଭଦ୍ରକ: ଶୁଆ ତୁଣ୍ଡରେ ଆଜି ଅନର୍ଗଳ ବାହାରୁଛି ହରିନାମ। ଶୁଣନ୍ତୁ କଣ କହୁଛି ଏହି ଶୁଆଟି। ହଁ ଆଜ୍ଞା ଶୁଆ ଗାଉଛି ଏଠି କୃଷ୍ଣ ଭଜନ। ହରେ କୃଷ୍ଣ ହରେ କୃଷ୍ଣ ,କୃଷ୍ଣ କୃଷ୍ଣ ହରେ ହରେ। ହରେ ରାମ ହରେ ରାମ ରାମ ରାମ ହରେ ହରେ। ସତରେ ଶୁଆ ପାଟିରୁ ପ୍ରଭୁଙ୍କ ଏମିତି ନାମ ଶୁଣିଲେ ଲୋମ ଟାଙ୍କୁରି ଉଠୁଛି। ଏୟେ ହେଉଛି ପାଠ ପଢା ଶୁଆ। କଥାରେ କୁହନ୍ତି କଳିଯୁଗରେ କିଛି ବି ସମ୍ଭବ। ପୁରାଣରେ ରହିଛି ଜୀବଜନ୍ତୁମାନେ ବି କଥା କହିବେ। ନିଜ ମନ କଥା କହିବେ। ହଁ ଆଜ୍ଞା ଶୁଣନ୍ତୁ ଟିକିଏ କଣ କହୁଛି ଏହି ଶୂଆଟି। ଯେଉଁଠି ମଣିଷଙ୍କ ତୁଣ୍ଡରେ ଆଜି ପ୍ରଭୁଙ୍କର ସେହି ଅପୂର୍ବ ନାମଟିଏ ଆଉ ଶୁଣିବାକୁ ମିଳୁନି। ସେଠାରେ ପୁଣି ଶୁଆ ମୁହଁରୁ ବାହାରୁଛି କଳିଯୁଗର ସେହି ମହାମନ୍ତ୍ର ତା ସହ ପୁଣି ଶ୍ରୀକୃଷ୍ଣଙ୍କର ଭଜନ। ଶୁଆ ପାଟିରି ଏପରି ମହାମନ୍ତ୍ର ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଆନନ୍ଦ ମଧ୍ୟ ଲାଗୁଛି।

ଆଜିର ଏଇ କଳିଯୁଗରରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ମାନଙ୍କର ଅଜବ ଗଜବ ହରକତର ଭିଡିଓ ଭାଇରାଲ ହେବାର ଲାଗିଛି ।ହେଲେ ଆଜି ଆମେ ଆପଣଙ୍କୁ ଗୋଟେ ଶୁଆ ପକ୍ଷୀର ନିଆରା କାର୍ଯ୍ୟ ଦେଖାଇବୁ । ଯିଏକି ମଣିଷ ଭଳି ସ୍ୱର କରି ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ‘ମହାମନ୍ତ୍ର’ଟି ଗାଇବା ସହିତ ଶ୍ରୀକୃଷ୍ଣଙ୍କ ଭଜନ ଗୋବିନ୍ଦ ଜୟ ଜୟ ଗୋପାଲ ଜୟ ବି ଗାଉଛି ।ଖାଲି ସେତିକ ନୁହଁ ଓଡ଼ିଆ ଇଂରାଜୀ ଗଣନ ସଂଖ୍ୟା ଡାକିବା ସହିତ ଘରକୁ ଆସୁଥିବା ଆଗନ୍ତୁକ ମାନଙ୍କୁ ଜୟ ସୀତାରାମ କହି ସ୍ୱାଗତ ଜଣାଉଛି। ସବୁଠୁ ବଡ଼ କଥା ସକାଳ ହେଲେ ଆଉ ସନ୍ଧ୍ୟା ଘଣ୍ଟ ବାଜିଲେ ସିଏ ଆପେ ଆପେ ପ୍ରାର୍ଥନା ମଧ୍ୟ ଗାଉଛି ଏହି ପକ୍ଷୀଟି।

ତେବେ ଏଭଳି ଏକ ବିରଳ ଅବିଶ୍ୱନୀୟ ୧୨ ବର୍ଷ ବୟସର ଶୁଆ ପକ୍ଷୀଟିର ନାମ ହେଉଛି ମିଟୁନା । ଯାହାକୁ ୧୨ ବର୍ଷ ତଳେ ଜନ୍ମ ହେବାର ୧୫ ଦିନ ମଧ୍ୟରେ ପାଇ ଆଣିଥିଲେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ନାଆମୀ ଗ୍ରାମ ବ୍ରାହ୍ମଣ ସାହିର ପ୍ରଦୀପ କୁମାର ପାଢ଼ୀଙ୍କ ପୁଅ ପ୍ରକାଶ ପାଢୀ ।ଆଉ ତାପରେ ମିଟୁନା ହୋଇଯାଇଥିଲା ପଢ଼ିଘରର ସଦସ୍ୟ ଆଉ ପ୍ରକାଶଙ୍କ ପିଉସୀ ତଥା ନାଆମି କଲେଜର ଲେଡି ଆଟେଡ଼ାଣ୍ଟ ବସନ୍ତ ମଞ୍ଜରୀ ପାଢ଼ୀ ହୋଇଗଲେ ମିଟୁନାର ଶିକ୍ଷକ। ସକାଳ,ସଞ୍ଜ,ଆଉ ଭୋର ସମୟରେ ତାକୁ ମହାମନ୍ତ୍ର,କୃଷ୍ ଭଜନ,ସାଇ ଭଜନ,ନାମଜପ, ଗଣନ ସଂଖ୍ୟା ଶିଖାଇଲେ ।ଯାହାର ଫଳ ସୁରୁପ୍ ଏବେ ପାଠ ପଢ଼ି ପାସ କରିଛି ଶୁଆ ମିଟୁନା ଆଉ ତାର ଫଳ ଆପଣଙ୍କ ନିକଟରେ ।ଦର୍ଶକ ବନ୍ଧୁ ତେବେ ଆଜିର କଳିଯୁଗରେ ସଂସାର ରୂପକ ଦରିଆକୁ ପାରି ହେବା ପାଇଁ ମହାମନ୍ତ୍ର ରୂପକ କାତର ଆବଶ୍ୟକତା ରହିଛି ।ତେବେ ଏହି ବିରଳ ଶୁଆ ପକ୍ଷୀଟିର ନାନାଦି ସୁକିର୍ତି ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି।

ଭଗବାନଙ୍କ ସୃଷ୍ଟିରେ ବୁଦ୍ଧି ବିବେକର ଭଣ୍ଡାର କହିଲେ ମଣିଷ। ହେଲେ ଆଜିର ଯୁଗରେ ମଣିଷ ମଧ୍ୟ ସେହି ମହାମନ୍ତ୍ରକୁ ତୁଣ୍ଡରେ ଧରିବାକୁ ମଙ୍ଗୁ ନାହାନ୍ତି। ଡିଜିଟାଲ ଯୁଗରେ ହଜିଗଲାଣି ମଣିଷଙ୍କ ଆସ୍ଥା, ଭାବଭକ୍ତ ଓ ପରମପିତାଙ୍କ ପ୍ରତି ସେହି ପ୍ରଗାଢ ବିଶ୍ୱାସ। ଆଜି ମଣିଷ କେବଳ ସ୍ୱାର୍ଥ ପଛରେ ଦୌଡି ଦୌଡି ନିଜର ସବୁ ସମୟକୁ କେବଳ ନଷ୍ଟ କରିବାରେ ଲାଗିପଡିଛି। ତାହାରି ମଧ୍ୟରେ ଶୁଆଟିର ଏହି ମହାମନ୍ତ୍ର ଜପିବାର ଦୃଶ୍ୟ ହୁଏତ ମଣିଷଙ୍କ ମନରେ କିଛି ପ୍ରଭାବ ପକାଇପାରିବ ବୋଲି ଆଶା କରୁଛୁ।