fbpx

ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୁର୍ଣ୍ଣ, ଜାନୁଆରୀରେ ଆସିପାରେ କରୋନାର ନୁଆ ଲହର! ଆଶଙ୍କା କଲେ ବିଶେଷଜ୍ଞ

Advertisement

ନୂଆଦିଲ୍ଲୀ: ଚୀନ୍ ଏବଂ ବିଶ୍ୱର ଅନେକ ଦେଶରେ ଏବେ କରୋନା ମାମଲା ବୃଦ୍ଧିକୁ ନେଇ ଭାରତ ସମ୍ପୁର୍ଣ୍ଣ ଭାବେ ସତର୍କ ରହିଛି । ବିଶ୍ୱର ବିଭିନ୍ନ ଦେଶରୁ ଭାରତ ଆସୁଥିବା ଯାତ୍ରୀମାନଙ୍କର କରୋନା ଟେଷ୍ଟ ମଧ୍ୟ ଜୋରଦାର କରାଯାଇଛି । ମଙ୍ଗଳବାର ଦିନ ଚାଇନାରୁ କଲମ୍ବୋ ଦେଇ ମଦୁରାଇ ବିମାନବନ୍ଦରକୁ ଫେରିଥିବା ଜଣେ ମହିଳା ଏବଂ ତାଙ୍କର ୬ ବର୍ଷର ଝିଅ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏଥି ସହିତ ବୁଧବାର ଦୁବାଇ ଏବଂ କାମ୍ବୋଡିଆରୁ ଫେରିଥିବା ଆଉ ଦୁଇଜଣ ଯାତ୍ରୀଙ୍କ ପରୀକ୍ଷା ପଜିଟିଭ୍ ପରେ ତାମିଲନାଡୁରେ ବିଦେଶରୁ ଫେରିଥିବା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି ।

ତେବେ ପରବର୍ତ୍ତୀ ୪୦ ଦିନ କରୋନା ସଂକ୍ରମଣର ପ୍ରସାର ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । କରୋନାର ପୁରୁଣା ଧାରାକୁ ଦୃଷ୍ଟିରେ ରଖି ଜାନୁଆରୀ ମଧ୍ୟଭାଗରେ ଭାରତରେ କୋଭିଡ -୧୯ ମାମଲାରେ ବୃଦ୍ଧି ଘଟିବାର ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ଏହି ସମୟରେ, ଯଦି ଦେଖାଯାଏ, ଚାଇନାରେ କୋଭିଡ ରୋଗୀଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଚିକିତ୍ସା ପାଇଁ ଡାକ୍ତରଖାନାରେ ମଧ୍ୟ ପର୍ଯ୍ୟାପ୍ତ ଶଯ୍ୟା ଉପଲବ୍ଧ ନାହିଁ । ଏହି କାରଣରୁ ଚୀନ୍ ଏବଂ ଅନ୍ୟ ଦେଶରୁ ଭାରତକୁ ଫେରୁଥିବା ଲୋକଙ୍କୁ କଡା ଯାଞ୍ଚ କରାଯାଉଛି । ସମସ୍ତ ବିମାନବନ୍ଦରରେ ଆସୁଥିବା ଯାତ୍ରୀଙ୍କର କରୋନା ଟେଷ୍ଟ ଏବଂ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଅନେକ ରୋଗୀ ମଧ୍ୟ ଏଥିରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.