fbpx

ଅଙ୍ଗନୱାଡ଼ି କର୍ମୀଙ୍କୁ ଚେତାବନୀ ଦେଲେ ଓଡ଼ିଶା ସରକାର, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଙ୍ଗନୱାଡ଼ି କର୍ମୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ଅଙ୍ଗନୱାଡ଼ି କର୍ମୀ ସଂଘର ଆନ୍ଦୋଳନ ଡାକରା ପ୍ରସଙ୍ଗରେ ଏହି ଚେତାବନୀ ଦିଆଯାଇଥିବା ଜଣାପଡିଛି । ଆନ୍ଦୋଳନ ଫଳରେ ଆଇସିଡିଏସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଧ୍ୟାନ ଦେବାକୁ କୁହାଯାଇଛି । ନିର୍ଦ୍ଦେଶ ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର କହିଛନ୍ତି । ଏନେଇ ଧ୍ୟାନ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଏହି ସମୟରେ ଅଙ୍ଗନୱାଡି କର୍ମଚାରୀଙ୍କ ଛୁଟି ମଞ୍ଜୁର ହେବନି ବୋଲି ସରକାର ସିଧାସଳଖ କହିଛନ୍ତି ।

ତେବେ ରାଜ୍ୟ ସରକାର ଦୁଇ ଦୁଇ ଥର ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଛୁଟି ମିଳିଲା ନାହିଁ , ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା , ମିନୀ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରିବା ଯେଉଁ ପର୍ଯ୍ୟନ୍ତ ସରକାରୀ ଘୋଷଣା କରିନାହାନ୍ତି ସେହି ଦିନ ପର୍ଯ୍ୟନ୍ତ ମାସିକ ୨୧ ହଜାର ଟଙ୍କା ଦରମା ଦେବା , ଅବସର କାଳୀନ ଭତା ଏବଂ ଅବସର ପରେ ପେନସନ ଯୋଗାଇଦେବା ନେଇ ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି ।

Get real time updates directly on you device, subscribe now.