fbpx

ଘରର ଏହି ସ୍ଥାନରେ ଘଣ୍ଟା ଲଗାଇବା ଅଶୁଭ ! ଜାଣନ୍ତୁ କଣ କୁହେ ବାସ୍ତୁ

ବାସ୍ତୁର ଚମତ୍କାରିତା ଲାଭ ବିଷୟରେ ତ ସମସ୍ତେ ଜାଣିଥାନ୍ତି । ନୂଆ ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ସବୁ କାମ ବାସ୍ତୁ ହିସାବରେ କରିଥାନ୍ତି । ବାସ୍ତୁ ପଛରେ ଥିବା ବୈଜ୍ଞାନିକ ପ୍ରଭାବକୁ ଆଜି ଯାଏଁ ଲୋକମାନେ ବୁଝିପାରିନାହାନ୍ତି । ତେବେ ଘର ବା ଅଫିସରେ କୌଣସି ଏକ ସ୍ଥାନ ଘଣ୍ଟା ଲଗାଇବାକୁ ରଖାଯାଇଥାଏ । କିଛି ଲୋକ ଘରର କାନ୍ଥରେ ଘଣ୍ଟା ଟାଙ୍ଗି ଦେଇଥାନ୍ତି । କିନ୍ତୁ ବାସ୍ତୁ ହିସାବରେ ଏହା କରିବା ଭୁଲ ଅଟେ । ଘରର କୌଣସି କୋଣ ବା କାନ୍ଥରେ ଘଣ୍ଟା ଲଗାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ…

୧-ଦକ୍ଷିଣ ଦିଗରେ ହୋଇଥିବା ଘରର କୌଣସି ବି କାନ୍ଥରେ ଘଣ୍ଟା ଟାଙ୍ଗିବା ଅଶୁଭ ହୋଇଥାଏ ।

୨-ବାସ୍ତୁ ଅନୁସାରେ, ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଥିବା କାନ୍ଥରେ ଘଣ୍ଟା ଲଗାଇବା ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ ।

୩-ବାସ୍ତୁ ହିସାବରେ ଘରେ ବା ଅଫିସରରେ ପେଣ୍ଡଲମ ଘଣ୍ଟା ଲଗାଇବା ଉଚିତ୍ । ଏଥିରୁ ବାହାରୁଥିବା ଧ୍ୱନୀ ଆପଣଙ୍କୁ ସକାରାତ୍ମକ ଶକ୍ତି ଦେବ ।

୪-ମୁଖ୍ୟ ଦ୍ୱାରର ଉପରେ ବା ତାହାର ଟିକ୍ ସାମନାରେ ଥିବା କାନ୍ଥରେ ଘଣ୍ଟା ଟାଙ୍ଗିବା ଠିକ୍ ନୁହେଁ । ଏହି ଜାଗାରେ ଭୁଲରେ ମଧ୍ୟ ଘଣ୍ଟା ଲଗାନ୍ତୁ ନାହିଁ ।

୫-ବୈବାହିକ ଜୀବନରେ ଭରପୂର ଆନନ୍ଦ ଉଠାଇବାକୁ ଚାହୁଁଥିଲେ ନିଜର ଶର୍ଯ୍ୟା ନିକଟସ୍ଥ କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ ।

୬-ବାସ୍ତୁ ହିସାବରେ, କାନ୍ଥରେ ଟଙ୍ଗା ହୋଇଥିବା ଖରାପ ଘଣ୍ଟା ମଧ୍ୟ ଅଶୁଭ ହୋଇଥାଏ । ଘରେ ଲାଗିଥିବା ଖରାପ ଘଣ୍ଟାକୁ ତୁରନ୍ତ ଠିକ୍ କରି କାନ୍ଥରେ ଲଗାନ୍ତୁ ।

୭-ଯଦି ଆପଣ ବେଡ୍ ରୁମ୍ ପାଇଁ ଘଣ୍ଟା କିଣିଛନ୍ତି, ତେବେ ତାହାକୁ ପୂର୍ବ ଦିଗରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଶୁଭଫଳ ଲାଭ ହେବ ।

Get real time updates directly on you device, subscribe now.