fbpx

କରୋନା ଭାଇରସରେ ପିଲାଙ୍କ ମୃତ୍ୟୁ ହେବା ବିପଦ ବହୁତ କମ୍: ଗବେଷଣାରେ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ସାରାବିଶ୍ୱକୁ କବଳିତ କରିଛି । ଅବଶ୍ୟ ଏବେ ପରିସ୍ଥିତିରେ କେତେଟା ସୁଧାର ଆସିଥିଲେ ବି ଏବେବି ଜାରି ରହିଛି ଏହାର ପ୍ରକୋପ । ଏହାରି ମଧ୍ୟରେ ଏକ ଅଶ୍ୱାସ୍ତିକର ଗବେଷଣା ସାମ୍ନାକୁ ଆସିଛି ।

ପିଲାଙ୍କଠାରେ କୋଭିଡ-୧୯ରେ ମୃତ୍ୟୁ ହେବା ବିପଦ ସବୁଠୁ କମ୍ ରହିଛି । ବ୍ରିଟେନରେ ଗତ ୨୨ ମାସରେ କରାଯାଇଥିବା ଏକ ଅଧ୍ୟୟନରେ ଏହି କଥା ସାମ୍ନାକୁ ଆସିଛି । ଅବଶ୍ୟ ଅଧ୍ୟୟନ ସମୟରେ ବିଷେଶଜ୍ଞ ଦଳ ଏହା ଜାଣିବାକୁ ପାଇଥିଲେ ଯେ ପୂର୍ବରୁ ଗମ୍ଭୀର ରୋଗରେ ପୀଡ଼ିତ ଥିବା ଶିଶୁଙ୍କୁ କ୍ଷେତ୍ରରେ କିନ୍ତୁ ମୃତ୍ୟୁ ଆଶଙ୍କା ଅଧିକ ରହିଛି । ଏହି ଅଧ୍ୟୟନ ମାର୍ଚ୍ଚ ୨୦୨୦ ଠାରୁ ଡିସେମ୍ବର ୨୦୨୧ ମଧ୍ୟରେ କୋଭିଡ ପଜିଟିଭ କାରଣରୁ ହୋଇଥିବା ପିଲାଙ୍କ ମୃତ୍ୟୁର ବିଶ୍ଲେଷଣ କରି କରାଯାଇଥିଲା ।

ବିଶେଷଜ୍ଞ, ମାର୍ଚ୍ଚ ୨୦୨୦ ରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଇଂଲଣ୍ଡରେ ଆକ୍ଟିଭ ନାସନାଲ ସର୍ଭେଲାନ୍ସ ଡାଟା ବିଶ୍ଲେଷଣ କରିଥିଲେ । ଆକ୍ଟିଭ ନାସନାଲ ସର୍ଭେଲାନ୍ସ କୌଣସି ମାମଲାରେ ସଠିକତାର ସହ ନଜର ରଖିବା ପାଇଁ ଜଣାଶୁଣା । କୋଭିଡ ମାମଲାରେ ସଂକ୍ରମଣକୁ ଧ୍ୟାନରେ ରଖି ସଂଖ୍ୟା ତିଆରି କରାଯାଇଥିଲା ।

ଏହି ସମୟରେ ୨୦ ବର୍ଷରୁ କମ୍ ବୟସର ୧୮୫ ପିଲା ଏବଂ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏମାନେ ସମସ୍ତେ କୋଭିଡ ପଜିଟିଭ ଥିଲେ । ଅଧ୍ୟୟନରେ କୁହାଯାଇଛି ଯେ ଏଥିରେ କେବଳ ୮୧ ଜଣକ ମୃତ୍ୟୁ କୋଭିଡ କାରଣରୁ ହୋଇଛି । ଅଧ୍ୟୟନରେ ପଜିଟିଭ ରିପୋର୍ଟ ଆସିବାର ୧୦୦ ଦିନ ମଧ୍ୟରେ ହୋଇଥିବା ମୃତ୍ୟୁକୁ ହିଁ ଗଣନାକୁ ନିଆଯାଇଥିଲା ।

Get real time updates directly on you device, subscribe now.