fbpx

ପ୍ରତି ପଞ୍ଚାୟତରୁ ଭକ୍ତଙ୍କୁ ଆଣି ମାଗଣାରେ ପୁରୀ ବୁଲାଇବେ ରାଜ୍ୟ ସରକାର

ଓଡିଶା ଭାସ୍କର: ଭକ୍ତ ଆଉ ଭଗବାନଙ୍କର ହେବ ମହାମିଳନ। ପୁରୀ ଆସିବାକୁ ପାଖରେ ଟଙ୍କା ନ ଥିଲେ ବି ମାଗଣାରେ ଭକ୍ତଙ୍କୁ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇବେ ରାଜ୍ୟ ସରକାର। ତେବେ ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବେ ରାଜ୍ୟର ୧ ଲକ୍ଷ ୭୫ ହଜାର ଲୋକ। ଏନେଇ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ଆରାମଦାୟକ ବସରେ ଭକ୍ତ ପୁରୀ ଆସିବେ, ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ବୁଲି ଦେଖି ଘରକୁ ଫେରିବେ। ଏଥିପାଇଁ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରୁ ତଥା ପ୍ରତ୍ୟେକ ପଞ୍ଚାୟତରୁ ୨୦ ଜଣ ଲେଖାଏଁ ଲୋକଙ୍କ ଯିବା-ଆସିବା-ରହିବା ଓ ଖାଇବା ଆଦି ସହ ସେମାନଙ୍କ ପରିବାର ନିମନ୍ତେ ମହାପ୍ରଭୁଙ୍କ ଶୁଖିଲା ଭୋଗ ମଧ୍ୟ ସରକାର ଯୋଗାଇ ଦେବେ। ମୋଟ ୩୮୮୬ଟି ବସରେ ରାଜ୍ୟର ମୋଟ ୧ଲକ୍ଷ ୭୪ହଜାର ୭୪୦ଜଣ ଲୋକଙ୍କୁ ପୁରୀ ଅଣାଯିବ। ଜାନୁୟାରୀ ୨୫ରୁ ଫେବୃୟାରୀ ୨୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନମଣ୍ଡଳୀର ଭକ୍ତଙ୍କୁ ପୁରୀ ଆଣିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ତେବେ ରାଜ୍ୟ ସରକାରଙ୍କ ଏଭଳି ଏକ ଅଭିନବ ପ୍ରୟାସକୁ ନେଇ ସବୁଠି ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି। ଆସନ୍ତାକାଲି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ହିଁ ଏହି ପ୍ରୟାସ ଆରମ୍ଭ ହେବ ବୋଲି ଜଣାପଡିଛି।

 

Get real time updates directly on you device, subscribe now.