ନୂଆ ବର୍ଷରେ ଏହି ୫ଟି ସଂକଳ୍ପ ଆପଣଙ୍କୁ କରିଦେବ କୋଟିପତି, କେବେ ବି ହେବନି ଟଙ୍କାର ଅଭାବ

୨୦୨୫ରୁ କେମିତି କରିବେ ଆର୍ଥିକ ପ୍ଲାନ, ଜାଣନ୍ତୁ..

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ନିଜ ଭବିଷ୍ୟତକୁ ଉତ୍ତମ କରିବା ପାଇଁ ଅନେକ ସଂକଳ୍ପ ନେଇଥିବେ । ଆଜି ଆମେ ଆପଣଙ୍କୁ ଅର୍ଥନୀତି କ୍ଷେତ୍ରରେ ସ୍ୱାଧୀନତା ହାସଲ କରିବା ପାଇଁ ଟିପ୍ସ ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଏହି ସଂକଳ୍ପ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିବା ସହ ଭବିଷ୍ୟତରେ ଆପଣଙ୍କୁ ସୁରକ୍ଷିତ ରଖିବ । ଆସନ୍ତୁ ଜାଣିବା ଏହି ବିଷୟରେ..

SIPକୁ ବ୍ରେକ କରିବିନି: ସେୟାର ବଜାରରେ ଲାଭ-କ୍ଷତି ଲାଗି ରହିଛି । ଏହି ସମୟରେ ସମସ୍ତ ନିବେଶକମାନେ ନିଜ SIP କୁ ଅଟକାଇ ଦେଇଛନ୍ତି । ଏହା ଭୁଲ ଅଟେ । ଆପଣ ଚଳିତ ବର୍ଷ ସଂକଳ୍ପ ନିଅନ୍ତୁ ଯେ, ଆପଣ କେବେ ବି ନିଜର SIPକୁ ରୋକିବେ ନାହିଁ । ବଜାରରେ ବୃଦ୍ଧି-ହ୍ରାସରେ ହିଁ ଆପଣଙ୍କୁ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ମିଳିବ ।

ଆବଶ୍ୟକ ମୁତାବକ ନେବି ଇନସ୍ୟୁରାନ୍ସ କଭର: ଜୀବନରେ ସମସ୍ତ ପର୍ଯ୍ୟାୟରେ ପର୍ଯ୍ୟପ୍ତ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରତି ପାଞ୍ଚବର୍ଷରେ ଆମେ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମାକୁ ସମୀକ୍ଷା କରିବା ଆବଶ୍ୟକ । ଚଳିତ ବର୍ଷ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ବୀମା କଭର ରହୁ । ଯଦି ନାହିଁ ତେବେ ଏବେ ସଙ୍ଗେ ସଙ୍ଗେ କରନ୍ତୁ ।

ଋଣ ଜାଲରେ ଫସିବିନି: ଆପଣ ତୃତୀୟ ସଂକଳ୍ପ ନିଅନ୍ତୁ ଯେ, ଆପଣ ଋଣ ଜାଲରେ ଫସିବି ନାହିଁ । ଆଜିର ଯୁବପିଢି ନିଜର ଆବଶ୍ୟକତା ବ୍ୟତୀତ ଇଚ୍ଛାକୁ ପୂରଣ କରିବା ଲାଗି ଋଣ ଜାଲରେ ଫସୁଛନ୍ତି । ଆପଣ ଏହି ଭୁଲ ଚଳିତ ବର୍ଷ କରନ୍ତୁ ନାହିଁ।

ଫାଇନାନସିଆଲ ପ୍ଲାନ ଅବଶ୍ୟ କରନ୍ତୁ: ଚଳିତ ବର୍ଷ ବର୍ତ୍ତମାନ ନିଜର ଆସୁଥିବା ଆବଶ୍ୟକତା ଏବଂ ସଞ୍ଚୟକୁ ନେଇ ଫାଇନାନସିଆଲ ପ୍ଲାନ ଅବଶ୍ୟ କରନ୍ତୁ । ଆପଣ ଏପରି କରି ନିଜ ଟଙ୍କା ଭଲଭାବେ ପ୍ରବନ୍ଧନ କରିପାରିବେ । ଏହା ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଲୋଭରେ ପ୍ରଲୋଭିତ ହେବିନି: ଗତ ବର୍ଷ ଲୋକେ ଅଧିକ ଟଙ୍କା ପାଇବା ଲୋଭରେ ଠକେଇର ଶିକାର ହୋଇଛନ୍ତି । ଆପଣ ସଂକଳ୍ପ ନିଅନ୍ତୁ ଯେ, ଆପଣ ଏଭଳି କାମ କରିବେ ନାହିଁ । ଏଥିସହ ସେଭଳି ଯୋଜନାରେ ନିବେଶ କରବେ ନାହିଁ, ଯାହା କୌଣସି ରେଗୁଲେଟର ଦ୍ୱାରା ରେଗୁଲେଟ କରାଯାଇପାରିବନି ।