fbpx

ଟିକା ନେବା ପରେ ପିଲାଙ୍କ ଠାରେ ଦେଖାଦେଇପାରେ ଏହିସବୁ ସାଇଡ୍ ଇଫେକ୍ଟ, ଅଭିଭାବକ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ଜାନୁଆରୀ ୩ ତାରିଖରେ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି । ଇତି ମଧ୍ୟରେ ଦେଶବ୍ୟାପୀ କୋଟିଏରୁ ଅଧିକ ପିଲାଙ୍କ ଟିକାକରଣ ସରିଲାଣି । ବିଭିନ୍ନ ରାଜ୍ୟର ସରକାର ପିଲାଙ୍କର ସୂଚାରୁ ରୂପେ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୂଚନା ମୁତାବକ, ପ୍ରଥମ ଦିନ ୩୦ ଲକ୍ଷ ପିଲା ଟିକା ନେଇଥିଲେ ।

ବର୍ତ୍ତମାନ ବିଶେଷଜ୍ଞ ମାନେ ଅଭିଭାବକ ମାନଙ୍କୁ ପିଲାଙ୍କ ଟିକାକରଣ ସମ୍ପର୍କରେ କିଛି ବିଶେଷ ପରାମର୍ଶ ଦେଇଛନ୍ତି । ଏହି କ୍ରମରେ ରେଡିକ୍ସ ହସ୍ପିଟାଲରେ ଜଣେ ଡାକ୍ତର କହିଛନ୍ତି ଯେ, ଟିକା ନେବାପରେ ପିଲାମାନଙ୍କୁ ଏକାବେଳରେ ସୁରକ୍ଷା ମିଳିବନି । ପ୍ରଥମ ଡୋଜ୍ ର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଆଉ ଏହାର ୪ ସପ୍ତାହ ପରେ ଇମ୍ୟୁନିଟି ବିକଶିତ ହେବ ଓ ଏହାପରେ ଯାଇ ସୁରକ୍ଷା ମିଳିବ । ଭାଇରସ୍ ସହିତ ଲଢ଼ିବାକୁ ଶକ୍ତି ମିଳିପାରିବ ।

ଇତି ମଧ୍ୟରେ ପିଲାଙ୍କ ଠାରେ ଟିକା ନେବା ନେଇ ଅନେକ ଉତ୍ସାହ ଦେଖିବାକୁ ମିଳୁଛି । ତେଣୁ ଏହି ସମୟରେ ପିଲାଙ୍କ ଧ୍ୟାନ ରଖିବା ଜରୁରୀ । କାରଣ ଯେଉଁଭଳି ଭାବେ ୧୮ ବର୍ଷରୁ ଅଧିକ ବର୍ଗର ବ୍ୟକ୍ତି ମାନେ ଟିକା ନେବା ପରେ ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଥିଲା । ଠିକ୍ ସେହିପରି ଭାବରେ ପିଲାଙ୍କ ଠାରେ ମଧ୍ୟ କିଛି ସମ୍ଭାବ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇପାରେ । ତେଣୁ ଏନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଖୁବ୍ ସ୍ୱଳ୍ପ ଧରଣର ସାଇଟ୍ ଇଫେକ୍ଟ ଦେଖାଦେଇପାରେ । କାରଣ ଏହିସବୁ ସ୍ୱଳ୍ପ ପାଶ୍ୱର୍ ପ୍ରତିକ୍ରିୟା ଦର୍ଶାଏ ଯେ, ଭାକସିନ୍ ତାର ପ୍ରଭାବ ଆରମ୍ଭ କରିବା ଆରମ୍ଭ କରିଛି ।

ଟିକା ନେବା ପରେ ପିଲାମାନଙ୍କ ଠାରେ ଲାଲ୍ ରଙ୍ଗର ଦାଗ କିମ୍ବା ସେହି ସ୍ଥାନରେ ଦରଜ ହୋଇପାରେ । ଟିକା ନେବା ପରେ ସେମାନେ ଅଚେତ୍ ବି ହୋଇଯାଇପାରନ୍ତି । ତେଣୁ ଟିକା ନେବା ପରେ ୧୫ ମିନିଟ୍ ଗୋଟିଏ ସ୍ଥାନରେ ବସିବା ଦରକାର । ଯାହା ଫଳରେ ଅଚେତ୍ ହେବାର ଆଶଙ୍କାକୁ କମ୍ କରାଯାଇପାରିବ । ସେହିପରି ସ୍ୱଳ୍ପ ଧରଣର ଜ୍ୱର ହେବାର ସମ୍ଭାବନା ରହିଛି ଏବଂ ଥକ୍କାପଣ ଓ ଶରୀରରେ ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇପାରେ ।

Get real time updates directly on you device, subscribe now.