fbpx

ପିଣ୍ଟୁଙ୍କ ଦେହାନ୍ତ ପରେ ମନେ ପଡୁଛି ପୁରୁଣା ସ୍ମୃତି: ଭାଇରାଲ ହେଉଛି ଏହି ସବୁ ଗୀତ

ଭୁବନେଶ୍ୱର: ଓଲିଉଡ ଜଗତର ଆଉ ଜଣେ ଆଗ ଧାଡିର ଅଭିନେତା ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସିତ ଅବସ୍ଥାରେ ସାରା ଓଡିଶାବାସୀଙ୍କୁ ଏକା କରି ଦେଇଛନ୍ତି ଓଲିଉଡର ଅନନ୍ତା । ଓଡିଆ ସିନେ ଜଗତକୁ ପୁଣି ଥରେ ସେ ଧୋକା ଦେଇ ଯାଇଛନ୍ତି ପିଣ୍ଟୁ ନନ୍ଦ । କଳାକାର ଭାବରେ ସାରା ଓଡିଶାର ଦର୍ଶକଙ୍କୁ ସେ କେବେ ହସାଇଛନ୍ତି ତ କେବେ କନ୍ଦାଇଛନ୍ତି । ଆଉ କେବେ ଖଳନାୟକ ଭୂମିକାରେ ମନରେ ଭରି ଦେଇଛନ୍ତି ଭୟର ଛାୟା । କିନ୍ତୁ ଆଜି ତାଙ୍କ ଦେହାନ୍ତରେ ନୀରବି ଯାଇଛି ଓଲିଉଡ ଦୁନିଆ । ଖୋଜୁଛି ପୁରୁଣା ଗଉରା, ସେହି ଅନନ୍ତା ଆଉ ଓଡିଶାର ପୁରୁଣା ପିଣ୍ଟୁ ନନ୍ଦଙ୍କୁ ।

ଓଡିଆ ସିନେମାର ଜଣେ ଜଣାଶୁଣା ଚେହେରା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଆଜି ଲକ୍ଷ ଲକ୍ଷ ଦର୍ଶକ ତାଙ୍କର ପୁରୁଣା ସ୍ମୃତିକୁ ମନେ ପକାଉଛନ୍ତି । ମନୋରଞ୍ଜନ ଦୁନିଆରେ ସେ ଛାଡି ଯାଇଥିବା ଅନେକ ପୁରୁଣା ପୃଷ୍ଠାକୁ ମନେ ପକାଉଛନ୍ତି ଓଡିଶାର ସମସ୍ତ କଳାପ୍ରେମୀ । ସିନେମାକୁ ଆସିବା ପୂର୍ବରୁ ସେ କରିଥିବା କିଛି ଆଲବମ୍ ଗୀତ ଏବଂ କଥାଚିତ୍ରକୁ ଲୋକେ ଆଜି ଝୁରି ହେଉଛନ୍ତି । ସାର୍ଥକ ମ୍ୟୁଜିକରେ ମୁକ୍ତିଲାଭ କରିଥିବା ‘ଏ ଗଉରା…’, ‘ଦେଇଗଲୁ ମତେ ପୁଣି ଆଉ ଥରେ ଧୋକା…’, ‘କୋଉଠି ଅଛୁ ତୁ…’ଭଳି କିଛି ଗୀତକୁ ଦେଖି ପିଣ୍ଟୁଙ୍କ ସ୍ମୃତି ମନେ ପକାଉଛନ୍ତି ପ୍ରଶଂସକ । ଏହି ଗୀତଗୁଡିକ ବ୍ୟତୀତ ଡିଡି ଓଡିଆରେ ପ୍ରସାରିତ କଥାଚିତ୍ର ‘ରାଣ୍ଡୀପୁଅ ଅନନ୍ତା’ରେ ପିଣ୍ଟୁଙ୍କର ସେହି ଜୀବନ୍ତ ଅଭିନୟ ଆଜି ବି ଦର୍ଶକଙ୍କ ମନରେ ଉଙ୍କି ମାରୁଛି । ଏହି ସବୁ ଗୀତ ଏବଂ କଥାଚିତ୍ର ସହିତ ସେ ଅଭିନୟ କରିଥିବା ଅନେକ ଓଡିଆ ସିନେମା ମଧ୍ୟ ଆଜି ଲୋକଙ୍କ ପାଇଁ ଅଭୁଲା ସ୍ମୃତି ପାଲଟି ଯାଇଛି ।

Who is Odia actor Pintu Nanda, his biography, age, family, parents, wife  name, health news - The SportsGrail

‘କୋଇଲି’ ଚଳଚ୍ଚିତ୍ରରେ ଅଭିନୟ ଜଗତରେ ପାଦ ଥାପିଥିଲେ ପିଣ୍ଟୁ ନନ୍ଦ । କିନ୍ତୁ କମେଡି ଫିଲ୍ମ ‘ରଙ୍ଗ ନମ୍ବର’ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଏହି ସିନେମା ପାଇଁ ସେ ଶ୍ରେଷ୍ଠ ହାସ୍ୟ କଳାକାର ଭାବରେ ମଧ୍ୟ ପୁରସ୍କାର ପାଇଥିଲେ । ଏହାପରେ ଅନେକ ଫିଲ୍ମରେ ସେ ବିଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଏହା ମଧ୍ୟରେ ସବ୍ୟସାଚୀ ମହାପାତ୍ର ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ‘ ଚଳଚ୍ଚିତ୍ରରେ ବଳରାମଙ୍କ ଚରିତ୍ରକୁ ମଧ୍ୟ ତ୍ନେିଜ ଅଭିନୟର ଯାଦୁରେ ଜୀବନ୍ତ ରୂପ ଦେଇଥିଲେ । ପରେ ଜଣେ ଖଳନାୟକ ଭୂମିକାରେ ମଧ୍ୟ ତାଙ୍କୁ ଦେଖିବାକୁ ପାଇଥିଲା ଓଡିଶା । ଏହି ଚରିତ୍ରରେ ମଧ୍ୟ ସେ ଖୁବ ସୁନାମ ଅର୍ଜନ କରିଛନ୍ତି । ତେବେ ୭୦ରୁ ଅଧିକ ସିନେମା ଏବଂ ଅନେକ ଗୁଡିଏ ଆଲବମ୍ କରିଥିବା ପିଣ୍ଟୁ ଆଜି ବି ଘରେ ଘରେ ଗଉରା ଓ ଅନନ୍ତା ନାମରେ ପରିଚିତ ।

Popular Odia actor Pintu Nanda passes away | Regional-cinema News – India TV

ତେବେ ଓଲିଉଡ ଜଗତକୁ ଏମିତି ଅନେକ ସୁପରହିଟ ସିନେମା, ଆଲବମ୍ ଏବଂ କଥାଚିତ୍ର ଭେଟି ଦେଇଥିଲେ ପିଣ୍ଟୁ ନନ୍ଦ । କିନ୍ତୁ ଏମିତି ଜଣେ ଉଜ୍ଜ୍ୱଳ ତାରକାଙ୍କୁ ଆଜି ହରାଇ ଦେଇଛି ଓଡିଆ ସିନେ ଜଗତ । କିଡନୀ ସିରୋସିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ପିଣ୍ଟୁ । କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡୋନର ନ ମିଳିବାରୁ ସେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ଯାଇଥିଲେ । କିନ୍ତୁ ଏଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପିଣ୍ଟୁ ନନ୍ଦ ।

Get real time updates directly on you device, subscribe now.