ଗୋଟିଏ ଚୁଟକୀରେ ମାଇଗ୍ରେନ୍ ସମସ୍ୟା ହେବ ଦୂର, ପିଅନ୍ତୁ ଏହି ଚମତ୍କାରୀ ଜୁସ

ମାଇଗ୍ରେନ୍ ସମସ୍ୟା ଦୂର କରିବ ଏହି ଜୁସ

ଓଡିଶାଭାସ୍କର: ଆଜିକାଲି ମାଇଗ୍ରେନ୍ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା ହେବାଦ୍ବାରା ବ୍ୟକ୍ତିଙ୍କ ମୁଣ୍ଡର ଗୋଟିଏ ଭାଗରେ ପ୍ରବଳ ଯନ୍ତ୍ରଣା ହେବା ସହିତ ବାନ୍ତି, ଚିଡ଼ଚିଡ଼ା, ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ।

ଏପରି ପରିସ୍ଥିତିରେ ଲୋକମାନେ ଔଷଧ ଉପରେ ନିର୍ଭର କରିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ପ୍ରସିଦ୍ଧ ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ଶ୍ୱେତା ଶାହ ତାଙ୍କ ଇନଷ୍ଟାଗ୍ରାମରେ ଏକ ବିଶେଷ ଆୟୁର୍ବେଦିକ ଜୁସ୍ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ମାଇଗ୍ରେନ୍ ପାଇଁ ବହୁତ ଲାଭଦାୟକ।

ତେବେ ଆସନ୍ତୁ ଜାଣିବା ଏହି ଜୁସ୍ କିପରି ତିଆରି କରାଯାଏ ଏବଂ ଏହା ପିଇବା ଦ୍ୱାରା କଣ ଲାଭ ହୋଇଥାଏ।

କିପରି ତିଆରି କରିବେ? ଗୋଟିଏ ଅଁଳା, ୪ଟି ତୁଳସୀ ପତ୍ର, ୧ ଚାମଚ ଧନିଆ ଗୁଣ୍ଡ, ୨ଟି କାକୁଡି, ୧ ଚାମଚ ପାନମହୁରୀ, କିଛି ପୁଦିନା ପତ୍ର, ଏକ ଚିମୁଟା ଲୁଣ ଏବଂ ୨ ଗ୍ଲାସ ପାଣି। ଏସବୁକୁ ଗ୍ରାଇଣ୍ଡରରେ ମିକ୍ସ କରି ଛାଣି ପ୍ରତିଦିନ ଖାଲି ପେଟରେ ପିଅନ୍ତୁ।

ଏହା କିପରି ଲାଭଦାୟକ? ନ୍ୟୁଟ୍ରିସନିଷ୍ଟଙ୍କ ମତରେ, ଅଁଳା ଶରୀରକୁ ଥଣ୍ଡା କରିଥାଏ, ଏଥିରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଯନ୍ତ୍ରଣା କମ କରାଇଥାଏ। ତୁଳସୀ ଚାପ ହ୍ରାସ କରେ ଏବଂ ମନକୁ ଶାନ୍ତ କରେ।

କାକୁଡି ଏବଂ ପାନମହୁରି ଶରୀରର ଉତ୍ତାପ ଅର୍ଥାତ୍ ପିତ୍ତକୁ ହ୍ରାସ କରେ। ଧନିଆ ହଜମରେ ସାହାଯ୍ୟ କରେ ଏବଂ ମୁଣ୍ଡ ବିନ୍ଧା କମ କରେ। ଏସବୁ ବ୍ୟତୀତ, ପୁଦିନା ଶରୀରକୁ ଥଣ୍ଡା କରେ କରେ ଏବଂ ମାଇଗ୍ରେନ୍ ଯୋଗୁଁ ମୁଣ୍ଡ ବୁଲାଇବା ଭଳି ଲକ୍ଷଣରୁ ଆରାମ ଦିଏ।