fbpx

ଦୁନିଆର ସବୁଠାରୁ ଖତରନାକ୍ କମାଣ୍ଡୋ: ପିଅନ୍ତି ନାଗସାପ ରକ୍ତ, ଖାଆନ୍ତି ବିଷଧର ବିଛା

ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆରେ ଏମିତି କିଛି କମାଣ୍ଡେ ରହିଛନ୍ତି ଯେଉଁମାନଙ୍କ ପକ୍ଷେ କୌଣସି ବି ମିଶନ୍ ଅସାଧ୍ୟ ନୁହେଁ । ସବୁ ପ୍ରକାର ଜଟିଳ ପରିସ୍ଥିତିରେ ଏମାନେ ନିଜର ଜିତ୍ ହାସଲ କରିକି ହିଁ ଫେରନ୍ତି । ଆମେରିକାର ମରୀନ୍ କମାଣ୍ଡୋ ହେଉଛନ୍ତି ଦୁନିଆର ସବୁଠାରୁ ଭୟଙ୍କର କମାଣ୍ଡୋ ଫୋର୍ସ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ହିଁ ଏହି ମରୀନ୍ କମାଣ୍ଡୋ ସକ୍ରିୟ ହୋଇରହିଛନ୍ତି । କୁହାଯାଏ ଏହି କମାଣ୍ଡୋଙ୍କର ନାଁ ଶୁଣିଲେ ଶତ୍ରୁ ଥରିଉଠନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ଭୟଙ୍କର କମାଣ୍ଡୋଙ୍କ ବିଷୟରେ ।

କମାଣ୍ଡୋ ଶବ୍ଦ ଲାଟିନ୍ ଭାଷା କମାଣ୍ଡେର୍ ରୁ ଆସିଛି । ଆଉ ଏମାନଙ୍କୁ କେବଳ ସ୍ପେଶାଲ୍ ଅପରେସନ୍ ଅଥବା ଭୟଙ୍କର ମିଶନରେ ପଠାଯାଇଥାଏ । ଏମ।।ନେ ସବୁପ୍ରକାର ମିଶନରେ ଆଲର୍ଟ ରହିଥାନ୍ତି । ତେବେ ଆମେରିକାର ଏହି ମରୀନ୍ କମାଣ୍ଡୋ ଏମାନେ କମାଣ୍ଡୋ ମାନଙ୍କର ଏକ ୟୁନିଟ୍ । ଆମେରିକାର ନୌସେନା ସାହାଯ୍ୟରେ ମରୀନ୍ କମାଣ୍ଡୋମାନେ ସମୁଦ୍ରରେ ନିଜର ଶକ୍ତି ପ୍ରଦର୍ଶନ କରନ୍ତି । ସେହିପରି ଏହି ମରୀନ୍ କମାଣ୍ଡୋ ମାନଙ୍କୁ ସମୁଦ୍ରୀ କମାଣ୍ଡୋ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଏଠାରେ ସମୁଦ୍ରୀ କମାଣ୍ଡୋ ଏବଂ ନୌସେନା ସୀଲ୍ କମାଣ୍ଡୋ ସମ୍ପୂର୍ଣ୍ଣ ରୁପେ ଅଲଗା । ଆଲକାଏଦାର ମୁଖ୍ୟ ଓସାମା ବିନ୍ ଲାଡେନ୍ କୁ ଶେଷ କରିଥିବା ନୌସେନାର ସିଲ୍ କମାଣ୍ଡୋ କେବଳ ୟୁଏସ୍ ନୌସେନାର ଏକ ଅଂଶ ।

ସାମୁଦ୍ରିକ କର୍ପସ କମାଣ୍ଡୋମାନଙ୍କୁ ଜଙ୍ଗଲରେ ବଞ୍ଚିବା ପାଇଁ କୌଶଳ ଶିଖାଯାଇଥାଏ ଏବଂ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏଥିରେ ସେମାନଙ୍କୁ କୋବ୍ରାର ରକ୍ତ ପିଇବାକୁ ହୋଇଥାଏ, ଜିଅନ୍ତା କୁକୁଡାରୁ ମାରି ଖାଇବା, ଝିଟିପିଟି ମାରି ଖାଇବା ଏବଂ ଜଙ୍ଗଲରେ ବସବାସ କରୁଥିବା ବାକି ଜୀବଜନ୍ତୁଙ୍କୁ ମାରି ଖାଇବା ଶିଖାଯାଇଥାଏ । ଥରେ କୋବ୍ରାଙ୍କ ରକ୍ତ ପିଇବାକୁ ନେଇ ପେଟା ପକ୍ଷରୁ ଏକ ଅଭିଯୋଗ ହୋଇଥିଲା।

ତେବେ ଏହି ପେଟା ହେଉଛି ଏକ ସଂସ୍ଥା ଯେଉଁ ମାନେ ଜୀବଜନ୍ତୁଙ୍କୁ ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରନ୍ତି । ପ୍ରତିବର୍ଷ ହେଉଥିବା ୱର୍ ଏକ୍ସରସାଇଜ୍ ସମୟରେ ଏମାନେ କୋବ୍ରା ରକ୍ତ ପିଅନ୍ତି ଏବଂ ନିଜର ଗୁରୁତ୍ୱ ସାବ୍ୟସ୍ତ କରନ୍ତି । ଏହାକୁ କୋବ୍ରା ଗୋଲ୍ଡ ନାମ ଦିଆଯାଇଛି । ଟ୍ରେନିଂ ସମୟରେ ଜଙ୍ଗଲରୁ କୋବ୍ରା ମାରି ଅଣାଯାଇଥାଏ ଏବଂ କମାଣ୍ଡୋ ମାନଙ୍କ ପାଟିରେ ଢ଼ଳାଯାଇଥାଏ । ଏହାବ୍ୟତୀତ ଏମାନେ ବିଷଧର ବିଛା ମଧ୍ୟ ଖାଇଯାଆନ୍ତି ।

ଆଉ ଯଦି କେହି ଏହାକୁ ଖାଇପାରେନି ତାକୁ ସବୁଦିନ ପାଇଁ ଚାକିରି ରୁ ହଟାଇ ଦିଆଯାଏ । ତେଣୁ ଏମାନଙ୍କ ଟ୍ରେନିଂ ଖୁବ୍ ଚ୍ୟାଲେଞ୍ଜିଂ ହୋଇଥାଏ । ଶାରିରୀକ ଏବଂ ମାନସିକ ସ୍ତରରେ ଏହା ଖୁବ୍ କଷ୍ଟକର୍ ହୋଇଥାଏ । ଏହି ଟ୍ରେନିଂ ୧୩ ସପ୍ତାହ ପର୍ଯ୍ୟନ୍ତ ଜାରି ରହିଥାଏ । ଏଥିରେ ମହିଳା ଏବଂ ପୁରୁଷ ସମାନ ଭାବେ ଟ୍ରେନିଂ ନିଅନ୍ତି ।

Get real time updates directly on you device, subscribe now.