ଘରୋଇ ସେକ୍ଟରରେ ବି ଭୋଟିଂ ଦିନ ମିଳିବ ସବୈତନିକ ଛୁଟି , ପ୍ରଶାସନ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ

ଇମ୍ପାଲ: ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଭୋଟିଂ ୧୯ ଏପ୍ରିଲରେ ହେବାକୁ ଯାଉଛି । ଏହା ପୂର୍ବରୁ ପୂର୍ବୋତ୍ତର ମଣିପୁର ରାଜ୍ୟ ପ୍ରଶାସନ ପକ୍ଷରୁ ଛୁଟୀ ଘୋଷଣା କରିଦିଆଯାଇଛି । ଏହି ଛୁଟୀ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଲାଗି ନିର୍ଦ୍ଧାରିତ ୪୭ ବିଧାନସଭା କ୍ଷେତ୍ର ଅଧୀନରେ ଆସୁଥିବା ସମସ୍ତ ଘରୋଇ ବାଣିଜ୍ୟିକ ଓ ଔଦ୍ୟୋଗିକ ପ୍ରତିଷ୍ଠାନର କର୍ମଚାରୀଙ୍କ ପାଇଁ ସବୈତନିକ ଲାଗୁ ହେବ ।
ମଣିପୁର ସରକାର ସାଧାରଣ ପ୍ରଶାସନିକ ବିଭାଗ ପକ୍ଷରୁ ଏପ୍ରିଲ ୮, ୨୦୨୪ରେ ଜାରି ଆଦେଶ ଅନୁସାରେ ଲୋକସଭା ନିର୍ବାଚନ ୨୦୨୪ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରେ ହେବ । ଏହିଦିନ ସମସ୍ତ ଘରୋଇ ସେକ୍ଟରର କର୍ମଚାରୀଙ୍କୁ ସବୈତନିକ ଛୁଟୀ ମିଳିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ମଣିପୁର ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଏକ ଲୋକସଭା ନିର୍ବାଚନ ଲାଗି ୨ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ ବ୍ୟତିତ ଏଠାରେ ଏପ୍ରିଲ ୨୬ରେ ବି ନିର୍ବାଚନ ହେବ ଯାହା ଲୋକସଭା ସିଟ୍ ଅଧୀନରେ ଆସୁଥିବା ବାକି ୧୩ ବିଧାନସଭା ସିଟ୍ ଲାଗି ହେବ ।

ତେବେ ସରକାରଙ୍କ ପକ୍ଷରୁ ଯେଉଁ ଘରୋଇ ସେକ୍ଟରରେ ଛୁଟୀ ଘୋଷଣା କରାଯାଇଛି ସେଥିମଧ୍ୟରେ ରହିଛି ଦୋକାନ, ହୋଟେଲ, ରେସ୍ତୋରାଁ, କର୍ମଶାଳା, ଶିକ୍ଷା ସଂସ୍ଥାନ, ମୋଟରଯାନ ଆଦି ସଂସ୍ଥା । ଏହିଦିନ ଏହିସବୁ ସଂସ୍ଥା ଛୁଟୀ ରହିବା ଦ୍ୱାରା ମାଲିକମାନେ କୌଣସି ଦରମା କାଟିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.