ଆମ୍ବୁଲାନ୍ସକୁ ରାସ୍ତା ଦେଉନଥିଲେ ସାବଧାନ୍ ! ଏଭଳି ଭୁଲ୍ କରିଥିବା କାର୍ ଡ୍ରାଇଭରକୁ ୨.୫ ଲକ୍ଷର ଜୋରିମାନା, DL ବାତିଲ୍ (Video)

ନୂଆଦିଲ୍ଲୀ: କେରଳର ତ୍ରିସୁରର ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅମାନବୀୟ ବ୍ୟବହାର ଯୋଗୁଁ କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିଛି । ପୋଲିସ ବ୍ୟକ୍ତିଙ୍କ ଉପରେ ଆମ୍ବୁଲାନ୍ସକୁ ବାଟ ଦେବା ବିଷୟରେ ଏକ ବଡ଼ ଆକ୍ସନ୍ ନେଇଛି ।

ସାଇରନ୍ ଏବଂ ହର୍ଣ୍ଣ ଦେବା ପରେ ମଧ୍ୟ ଆମ୍ବୁଲାନ୍ସକୁ ସାଇଡ୍ ନଦେବାରୁ କାର୍ ମାଲିକ ଉପରେ ୨.୫ ଟଙ୍କା ଜୋରିମାନା ଲାଗିବା ସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନିଆଯାଇଛି । ସୋସିଆଲ୍ ମିଡିଆରେ ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ବହୁତ ଭାଇରାଲ ହେଉଛି ।

ଏହି ଘଟଣା ୭ ନଭେମ୍ବରରେ ଚଲାକୁଡିରେ ହୋଇଥିଲା । ଗାଡିଟି ପନାନୀରୁ ତ୍ର୍ରିଶୁର ମେଡିକାଲ୍ କଲେଜକୁ ଯାଉଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଆମ୍ବୁଲାନ୍ସଟି ୨ ମିନିଟରୁ ଅଧିକ ସମୟ ଧରି ସିଲଭର୍ ମାରୁତି ସୁଜୁକି ସିୟାଜର ପିଛା କରୁଥିବାର ଦେଖିବାକୁ ମିଳିଛି । ଏପଟେ ଆମ୍ବୁଲାନ୍ସ ଡ୍ରାଇଭର ଆଗକୁ ଯିବା ପାଇଁ ଚେଷ୍ଟା କରୁଛି । ଲଗାତାର ହର୍ଣ୍ଣ ଓ ସାଇରନ୍ ମାରିବା ପରେ ମଧ୍ୟ କାର୍ ଡ୍ରାଇଭର୍ ସାଇଡ୍ ହେଉନାହାଁନ୍ତି ।
ଅଧିକାରୀମାନେ କାର୍ ଡ୍ରାଇଭରର ନମ୍ବର ପ୍ଲେଟ୍ ଚିହ୍ନଟ କରିଥିଲେ । ଏହା ପରେ କାର ମାଲିକ ଉପରେ ଆମ୍ବୁଲାନ୍ସର ରାସ୍ତା ଅଟକାଇବା, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ରଖିବାର ଅଭିଯୋଗ ଲଗାଯାଇଛି ।