ନୂଆଦିଲ୍ଲୀ: ଲେହ ଲଦାଖ ଅଞ୍ଚଳରେ ସୋମବାର ସକାଳୁ ସକାଳୁ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଏହି ଭୂକମ୍ପ ଆଜି ଭୋର ୪:୩୨:୫୮ ରେ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲେହ ଲଦାଖରେ ୩୪.୩୫ ଉତ୍ତର ଅକ୍ଷାଂଶ ଏବଂ ୭୮.୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା, ଯାହାର ଗଭୀରତା ୧୦ କିଲୋମିଟର ଥିଲା ।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଅଧିକାଂଶ ଲୋକ ନିଦରୁ ଉଠି ଘରୁ ବାହାରକୁ ଆସିଯାଇଥିଲେ । ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଲଦାଖ ହିମାଳୟ ପର୍ବତମାଳାର ନିକଟରେ ଅବସ୍ଥିତ ଏବଂ ତେଣୁ ଏହାକୁ ଭୂମିକମ୍ପ-ସମ୍ବେଦନଶୀଳ ଅଞ୍ଚଳ ଭାବରେ ବିବେଚନା କରାଯାଏ । ବିଶେଷଜ୍ଞମାନେ କୁହନ୍ତି ଯେ ଏହି ଅଞ୍ଚଳରେ ଛୋଟ ଭୂମିକମ୍ପ ସ୍ୱାଭାବିକ, କିନ୍ତୁ ଏକ ବଡ଼ ଭୂମିକମ୍ପର ଆଶଙ୍କା ମଧ୍ୟ ରହିଛି ।