fbpx

ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ, ପ୍ରଶ୍ନକାଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ ହୋଇପାରେ

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ । ଆଜି ପ୍ରଶ୍ନକାଳ ସ୍ୱାଭାବିକ ରହିପାରେ କିନ୍ତୁ ଶୂନ୍ୟ କାଳରେ ସରଗରମ ରହିବାରେ ବିଧାନସଭା । ସୋମବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା । ତେଣୁ ମଙ୍ଗଳବାର ଦଳର ଆଭିମୁଖ୍ୟ କ’ଣ ରହିବ ତା ଉପରେ ସମସ୍ତଙ୍କର ନଜର ରହିଛି । ବିରୋଧିଙ୍କ ସାମ୍ନା କରିବା ପାଇଁ ସରକାର ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଆଜି ବଜେଟ୍ ଆଲୋଚନା ସହ ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ଇତ୍ୟାଦି ପ୍ରସଙ୍ଗରେ ସଦସ୍ୟମାନେ ଗୃହରେ ପ୍ରଶ୍ନ ପଚାରି ପାରନ୍ତି । ନୀତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିବାରୁ ସୋମବାର ଗୃହରେ ଅନୁପସ୍ଥିତ ଥିଲେ । ଆଜି କିନ୍ତୁ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ରହୁଥିବାରୁ ବିରୋଧୀଙ୍କ ଆଭିମୁଖ୍ୟ ଅଧିକ ଶାଣିତ ହୋଇପାରେ ।

Get real time updates directly on you device, subscribe now.