ଶନିବାରରେ କମିଗଲା ସୁନା ଏବଂ ରୂପା ଦର, ଜାଣନ୍ତୁ ଆଜିର ୧୦ ଗ୍ରାମ ଗୋଲ୍ଡ ରେଟ୍ କେତେ

କମିଗଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଆଜି ସୁନା ଏବଂ ରୂପାର ମୂଲ୍ୟ ଗତକାଲି ତୁଳନାରେ କମ୍ ଅଛି। ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ହ୍ରାସ ପାଇଛି। ସେହିପରି ୧ କିଲୋଗ୍ରାମ ରୂପା ମଧ୍ୟ ଶସ୍ତା ହୋଇଛି।

ଯଦି ଆପଣ ସୁନା କିଣିବାକୁ ଭାବୁଛନ୍ତି କିମ୍ବା ରୂପା କିଣିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ଆଜିର ମୂଲ୍ୟ ଜାଣିବା ନିହାତି ଆବଶ୍ୟକ।

୨୨ କ୍ୟାରେଟ୍ ସୁନା ବିଷୟରେ କହିବାକୁ ଗଲେ, ଏହାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୫୫୦ ଟଙ୍କା ହ୍ରାସ ପାଇଛି ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି। ସେହିପରି, ରୂପାର ମୂଲ୍ୟ ପ୍ରତି ୧ କିଲୋଗ୍ରାମ ପାଇଁ ୧୦୦ ଟଙ୍କା ହ୍ରାସ ପାଇଛି।

ଆଜି ସୁନା ଏବଂ ରୂପାର ମୂଲ୍ୟ?
-୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭,୪୨୦ ଟଙ୍କାରେ ବିକ୍ରି ହେଉଛି।

-୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୮୯,୩୦୦ ଟଙ୍କା।

-୧ କିଲୋଗ୍ରାମ ରୂପାର ମୂଲ୍ୟ ୧,୦୭,୮୦୦ ଟଙ୍କାରେ କାରବାର ହେଉଛି।

ଭୁବନେଶ୍ୱରରେ କମିଗଲା ସୁନା ଦର: ସେହିପରି ଆଜି ଭୁବନେଶ୍ୱରରେ ସୁନା ଦର କମିଯାଇଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ଘଟି ୯୭ ହଜାର ୪୨୦ଟଙ୍କାରେ ଆଜି ବିକ୍ରି ହେଉଛି।

୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୫୫୦ ଟଙ୍କା ହ୍ରାସ ପଇ ୧୦ ଗ୍ରାମ ପିଛା ଆଜି ୮୯ ହଜାର ୩୦୦ ଟଙ୍କାରେ ବିକ୍ରି ହେଉଛି।