୧୩୦୦ରୁ ଅଧିକ ଟଙ୍କା ଶସ୍ତା ହୋଇଗଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ

ନୂଆଦିଲ୍ଲୀ: ଫୁଚର ମାର୍କେଟ ସହ ଆଜି କମୋଡିଟି ବଜାରରେ କିଣାକିଣା କରିବାର ଆଜି ସବୁଠୁ ଭଲ ସୁଯୋଗ। ସୁନା ଏବଂ ରୂପା ଦୁଇଟିର ମୂଲ୍ୟ ମେଟାଲ୍ସ ମୂଲ୍ୟରେ ଆଜି ତଳକୁ ଖସିଯାଇଛି। ଯଦି ଆପଣ ବିବାହ ଲାଗି ସୁନା କିଣୁଛ, ତେବେଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ରହିବ। ଅନ୍ତର୍ଜାତୀୟ ବଜାରରେ ଗୋଲ୍ଡ-ସିଲଭର ରେଟ ହ୍ରାସ ପାଇବା ପରେ ଭାରତରେ ମଧ୍ୟ ଏହା ଶସ୍ତା ହୋଇଯାଇଛି।

ସୁନା ମୂଲ୍ୟ ଆଜି ଶସ୍ତା ହୋଇଯାଇଛି ଏବଂ ଯଦି ଆପଣ ଗୋଲ୍ଡ କିଣାକିଣା କରିବାକୁ ମନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ସୁନା ଆଜି ୧୦ ଗ୍ରାମ ପିଛା ୧୩୨୯ ଟଙ୍କା ଶସ୍ତା ହୋଇଯାଇଛି। ଏହି ହ୍ରାସ ଘଟି ସୁନା ଦର ୭୩ ହଜାର ୭୬୦ ଟଙ୍କା ହୋଇଯାଇଛି। ଏଥିରେ ସାଢେ ପାଞ୍ଚ ହଜାର ଟଙ୍କାରୁ ମଧ୍ୟ ଅଧିକ ଶସ୍ତା ହୋଇଯାଇଛି। ଏହି ମୂଲ୍ୟ ଏମସିଏକ୍ସ ଅର୍ତାତ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅଛି।

ରୂପା ମୂଲ୍ୟ ଏମସିଏକ୍ସରେ ୭୨୨ ଟଙ୍କା ଶସ୍ତା ହୋଇଛି ଏବଂ ଏହା ଆଜି ସକାଳୁ କିଲୋଗ୍ରାମ ପିଛା ୮୭,୮୬୮ ଟଙ୍କାରୁ ଅଧିକ ଶସ୍ତା ହୋଇଯାଇଛି। ଏହି ମସୟରେ ତାଜା ରେଟ ଦେଖିବାକୁ ଗଲେ ଏହା ୧୦୭୯ ଟଙ୍କା ଶସ୍ତା ହୋଇ ୮୮ ହଜାର ୧୦୦ ଟଙ୍କାରେ କାରବାର ହେଉଛି।