ମକର ସଂକ୍ରାନ୍ତିରେ ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ୧୦ ଗ୍ରାମ ପିଛା ଗୋଲ୍ଡ ରେଟ୍‌

ମକର ସଂକ୍ରାନ୍ତି ଅବସରରେ କମିଗଲା ସୁନା ଦର। ସୁନା କିଣିବା ପୂର୍ବରୁ ଜାଣନ୍ତୁ ମୂଲ୍ୟ..

ଭୁବନେଶ୍ୱର: ଆଜି ସାରା ଦେଶରେ ଚାଲିଛି ପାର୍ବଣ ଉତ୍ସବ। ଓଡ଼ିଶାବାସୀ ଆଜି ମକର ସଂକ୍ରାନ୍ତି ରୂପେ ପାଳନ କରୁଛନ୍ତି। ତେବେ ଏହି ଅବସରରେ ସୁନା ଦର ହ୍ରାସ ପାଇଛି। ତେବେ ଆସନ୍ତୁ ଜାଣିବା ଆଜି ଭୁବନେଶ୍ୱରରେ କେତେ ରହିଛି ୧୦ ଗ୍ରାମ ସୁନା ଦର।

୨୨ କ୍ୟାରେଟ୍ ସୁନା: ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧ ଗ୍ରାମ ପିଛା ୭ହଜାର ୩୩୦ ଟଙ୍କା ଥିବା ବେଳେ ୮ ଗ୍ରାମ ସୁନା ଦର ୫୮ ହଜାର ୭୨୦ ଟଙ୍କା ରହିଛି। ସେହିପରି ୧୦ ଗ୍ରାମ ପିଛା ୭୩ ହଜାର ୩୦୦ ଟଙ୍କା ରହିଛି। ଏହି ଦର ଗତକାଲି ୧୦ ଗ୍ରାମ ପିଛା ୭୩ ହଜାର ୪୦୦ ଟଙ୍କା ଥିଲା। ଯାହାକି ଆଜି ୧୦୦ ଟଙ୍କା ହ୍ରାସ ପାଇଛି।

୨୪ କ୍ୟାରେଟ ସୁନା: ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧ ଗ୍ରାମ ପିଛା ୭ହଜାର ୯୯୬ ଟଙ୍କା ରହିଛି। ଗତକାଲି ଏହି ଦର ୮ ହଜାର ୭ଟଙ୍କା ଥିଲା। ଯାହାକି ୧୧ ଟଙ୍କା ହ୍ରାସ ପାଇଛି। ସେହିପରି ୧୦ ଗ୍ରାମ ପିଛା ସୁନା ଦର ଗତକାଲି ୮୦ ହଜାର ୭୦ ଟଙ୍କା ଥିବା ବେଳେ ଆଜି ୧୦ ଗ୍ରାମ ପିଛା ୭୯ ହଜାର ୯୬୦ ଟଙ୍କା ରହିଛି। ଏଥିରେ ୧୧୦ ଟଙ୍କା ହ୍ରାସ ପାଇଛି।

୧୮ କ୍ୟାରେଟ ସୁନା: ୧୮ କ୍ୟାରେଟ ସୁନା ଦର ଗତକାଲି ୧ ଗ୍ରାମ ପିଛା ୬ ହଜାର ୬ ଟଙ୍କା, ୮ ଗ୍ରାମ ପିଛା ୪୮ ହଜାର ୪୮ ଟଙ୍କା ଏବଂ ୧୦ ଗ୍ରାମ ପିଛା ୬୦ ହଜାର ୬୦ ଟଙ୍କା ଥିଲା। ଆଜି ଏହି ମୂଲ୍ୟର ପରିବର୍ତ୍ତନ ଘଟି ୧ ଗ୍ରାମ ପିଛା ୫ ହଜାର ୯୯୭ ଟଙ୍କା, ୮ ଗ୍ରାମ ପିଛା ୪୭ ହଜାର ୯୭୬ ଏବଂ ୧୦ ଗ୍ରାମ ପିଛା ୫୯ ହଜାର ୯୭୦ ଟଙ୍କା ରହିଛି।