fbpx

Today’s gold rate : କେତେ ରହିଛି ଆଜିର ସୁନା ଦର, କିଣିବା ପୂର୍ବରୁ ଜାଣିନିଅନ୍ତୁ

Advertisement

ଭୁବନେଶ୍ୱର : ଭାରତୀୟ ବଜାରରେ ସୁନା ଦରରେ ଆଜି ପରିବର୍ତ୍ତନ ଘଟିଛି । ସୁନା କିଣୀବାକୁ ଥରଲେ ନଜର ପକାନ୍ତୁ କେତେ ରହିଛି ଆଜିର ସୁନା ଦର । ଓଡ଼ିଶା ସମେତ ଦେଶର ପ୍ରମୁଖ ସହରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ଦର ହଶ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ହୋଇଛି ।

ଓଡ଼ିଶାର ରାଜଧାନୀରେ ବର୍ତ୍ତମାନ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୦୦୦ ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୬୦,୦୦୦ ରହିଛି । ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ଦାମ ବୃଦ୍ଧି ପାଇଛି । ମୁମ୍ବାଇରେ ୨୨ କ୍ୟାରେଡ ଓ ୨୪ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୫,୦୦୦ ଓ ୬୦,୦୦୦ ଟଙ୍କା ରହିଥିବାର ରେକର୍ଡ କରାଯାଇ ଥିବା ବେଳେ ନୂଆଦିଲ୍ଲୀରେ ସୁନାର ଦର ଯଥାକ୍ରମେ ୫୫,୧୫୦ ଓ ୬୦,୧୫୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୩୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୮୦,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Get real time updates directly on you device, subscribe now.