fbpx

ରାଜଧାନୀରେ ଟ୍ରାନ୍ସଜେଣ୍ଡରଙ୍କୁ କରାଗଲା ଟିକାକରଣ

ଭୁବନେଶ୍ୱର(ଓଡ଼ିଶାଭ ଭାସ୍କର): ରାଜ୍ୟରେ ଜାରି ରହିଛି କରୋନାର କୋପ । ଅବଶ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକଡାଉନ ଫଳରେ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଟଳିନି ସଙ୍କଟ । ତେଣୁ କୋଭିଡ୍ କଟକଣା ମାନିବାକୁ କୁହାଯାଉଛି ଏବଂ ଟିକାକରଣ ପ୍ରତି ଗୁରୁତ୍ୱ ଦିଆଯାଉଛି । ଇତିମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ କରାଯାଉଛି । ଆଜି ରାଜଧାନୀରେ ଟ୍ରାନ୍ସ ଜେଣ୍ଡରଙ୍କୁ ମଧ୍ୟ ଟିକାକରଣ କରାଯାଇଛି ।

ସୋମବାର ବିଏମସି ଉତ୍ତର ଜୋନ ଅଧୀନରେ ଥିବା ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଟ୍ରାନ୍ସଜେଣ୍ଡରଙ୍କୁ ଟିକା ଦିଆଯାଇଛି । ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦା ଟିକାକରଣର ସମୀକ୍ଷା କରିଛନ୍ତି ।

 

Get real time updates directly on you device, subscribe now.