fbpx

ଚୋରଙ୍କୁ ଘଉଡାଇବା ବେଳେ ମାଡିଗଲା ଟ୍ରଲର, ୩ମୃତ

ସୁନ୍ଦରଗଡ଼: ରାଜ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା କଥା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲାର ବିଲେମୁଣ୍ଡା ଠାରେ ଏପରି ଅଘଟଣ ଘଟିବା କଥା ସାମ୍ନାକୁ ଆସିଛି । ଚୋରକୁ ଘଉଡାଇବା ବେଳେ ୩ଜଣଙ୍କ ଉପରେ ଟ୍ରଲର ମାଡିଯାଇଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବିଲେମୁଣ୍ଡା ଛତାବରରେ ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଚକା ଚୋରୀ କରିବାକୁ କିଛି ଚୋର ଆସିଥିଲେ । ସେହି ଚୋର ମାନଙ୍କୁ ଘଉଡାଇବା ସମୟରେ ରାସ୍ତା ଉପରେ ଏକ ଟ୍ରଲର ୩ଜଣ ଲୋକଙ୍କ ଉପରେ ଚଢାଇଦେଇଛି ।

ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ଆର୍କେଡି ସଂସ୍ଥାର କର୍ମଚାରୀ ଅଟନ୍ତି । ତେବେ ସେଠାରେ ପୋଲିସ ପହଁଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.