fbpx

ଲୁହାପଥର ପରିବହନରେ ବାହାର ରାଜ୍ୟର ଟ୍ରଲର ଚାଲିବାକୁ ବିରୋଧ କରିଛନ୍ତି ଟ୍ରକ ମାଲିକ ସଂଘ

କେନ୍ଦୁଝର ଜିଲ୍ଲାରେ ବାହାର ରାଜ୍ୟର ଟ୍ରଲରେରେ ଲୁହାପଥର ପରିବହନ କରିବା ଦ୍ୱାରା ଜିଲାରେ ଥିବା ଟ୍ରକ ମାଲିକମାନେ ଟ୍ରକ ଚଳାଇ ନପାରି ଏବେ ଚିନ୍ତାରେ ପଡିଛନ୍ତି । ବେକାର ଶିକ୍ଷିତ ଯୁବକମାନେ ବିଭିନ୍ନ ସଂସ୍ଥାରୁ ଋଣ କରି ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଟ୍ରକ ବ୍ୟବସାୟ କରି ନିଜର ପରିବାର ଚଳାଇ ଆସୁଥିଲେ । କିନ୍ତୁ ରାଜ୍ୟ ବାହାରର ଟ୍ରଲର ଚାଲିବା ଫଳରେ ଓ ଲୁହାପଥର ପରିବହନରେ କମ ମୂଲ୍ୟ ମିଳିବା ଦ୍ୱାରା ଜିଲାର ଅନେକ ଟ୍ରକ ମାଲିକ ଟ୍ରକ ଚଳାଇନପାରି ଏବେ ଚିନ୍ତାରେ ପଡିଛନ୍ତି, ଜିଲାରେ ୩୪ ପ୍ରତିଶତ ଲୁହାପଥର ଗଛିତ ଥିବାବେଳେ
ବୃହତ ଇସ୍ପାତ କାରଖାନା ଗୋଟିଏ ନିର୍ମାଣ ହୋଇପାରିଲା ନାହିଁ ଅନ୍ୟ ଜିଲ୍ଲାରେ ଥିବା ଓଏମସି (ଗୁଆଲି), ଜେଏସଡବ୍ଲୁ ( ନୂଆଗାଁ) କେ.ଏନ.ରାମ ( ଭଦ୍ରାସାହି) ଆଦି ଖଣିରେ ବହୁ ମାତ୍ରାରେ ଟ୍ରଲର ଚାଲିବା ଫଳରେ ସ୍ଥାନୀୟ ଟ୍ରକ ମାଲିକମାନେ ଟ୍ରକ ଚଳାଇ ନପାରି ବେରୋଜଗାର ହୋଇଗଲେଣି, ଜିଲ୍ଲା ବାହାରର ଟ୍ରଲର ଗୁଡିକୁ ବନ୍ଦ କରିବା ନେଇ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସହିତ ଯୋଡ଼ା ଟ୍ରକ ମାଲିକ ସଙ୍ଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ କାଳୀମାଟି,ବଡ଼ବିଲ ଟ୍ରକ ମାଲିକ ସଂଘ,ଗୁଆଲି ଟ୍ରକ ମାଲିକ ସଂଘ, ଭଦ୍ରାସାହି ଟ୍ରକ ମାଲିକ ସଂଘ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି, ବାରମ୍ବାର ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ସଂଘ କର୍ମକର୍ତ୍ତା ମାନେ ଅଭିଯୋଗ କରିବା ସହିତ ଏଥର ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଜିଲାର ଟ୍ରକ ମାଲିକ ମନେ ନିଜର ବ୍ୟବସାୟ କୁ ବଞ୍ଚାଇବା ପାଇଁ ଏକ ବିରାଟ ଆନ୍ଦୋଳନ ହେବା ନେଇ ଜିଲାର ସମସ୍ତ ସଂଘର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.