fbpx

ବାଇଡେନ୍‌ଙ୍କୁ ମାନସିକ ପରୀକ୍ଷା କରାଇବାକୁ ପରାମର୍ଶ ଦେବା ବେଳେ ଟ୍ରମ୍ପ କରିଦେଲେ ଏପରି ଭୁଲ୍‌, ଜନତା ଦେଲେ ଏପରି ପରାମର୍ଶ

Advertisement

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମାନସିକ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଟ୍ରମ୍ପ ବାଇଡେନଙ୍କୁ କଗ୍‌ନିଟିଭ୍ ଟେଷ୍ଟ ବା ମାନସିକ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି । ଏହି ଟେଷ୍ଟ ମେମୋରୀ ଲସ୍ ପରି ବୌଦ୍ଧିକ କ୍ଷମତାର ବିକାର ସମ୍ବନ୍ଧୀୟ ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରିବା ଲାଗି କରାଯାଇଥାଏ ।

ଟ୍ରମ୍ପ ଶନିବାର ଡେଟ୍ରଏଟ୍‌ରେ ଟର୍ଣ୍ଣିଂ ପଏଣ୍ଟ ଆକ୍ସନ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଜୋ ବାଇଡେନ୍ ଜାଣି ନାହାନ୍ତି କି ମୁଦ୍ରାସ୍ପୀତିର ଅର୍ଥ କ’ଣ? ତେଣୁ ମୋତେ ଲାଗୁଛି ତାଙ୍କୁ ମୋ ପରି କଗନିଟିଭ୍ ଟେଷ୍ଟ କରାଇବାର ଆବଶ୍ୟକତା ରହିଛି । କିନ୍ତୁ ଏହା କହିବା ସମୟରେ ସେ ଏପରି ଏକ ଭୁଲ୍ କରି ଦେଇଛନ୍ତି ଯାହାଫଳରେ ଲୋକମାନେ ତାଙ୍କୁ ହିଁ ଏହି ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।
ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପ କହିଥିଲେ, ଟେକ୍ସାସର ସାଂସଦ ରୋନି ଜନସନ୍‌ଙ୍କୁ ସମସ୍ତେ ଜାଣନ୍ତି । ସେ ହ୍ୱାଇଟ୍‌ହାଉସର ଡାକ୍ତର ଥିଲେ । ସେ କହିଥିଲେ କି ମୁଁ ଏ ପର୍ଯ୍ୟନ୍ତ ଦେଶର ସବୁଠାରୁ ସୁସ୍ଥ ରାଷ୍ଟ୍ରପତି ଥିଲି । ଏହି କାରଣରୁ ସେ ମୋତେ ବହୁତ ପସନ୍ଦ କରୁଥିଲେ । ରୋନି ୨୦୨୧ରେ ଟେକସାସ୍‌ର ସାଂସଦ ଭାବରେ ଚୟନ କରାଯାଇଥିଲେ । କିନ୍ତୁ ଟ୍ରମ୍ପ ଡାକ୍ତରଙ୍କ ନାମ ଭୁଲ୍ କହିଥିଲେ । ତାଙ୍କ ନାମ ରୋନି ଜନସନ ନୁହେଁ ବରଂ ରୋନି ଜାକସନ ଯିଏକି ଏବେ ଟେକ୍ସାସରେ ସାଂସଦ ଅଛନ୍ତି । ଟ୍ରମ୍ପ ଏହି ଭୁଲ୍ ସେତେବେଳେ କରିଛନ୍ତି ଯେତେବେଳେ ସେ ବାଇଡେନ୍‌ଙ୍କ ବୌଦ୍ଧିକ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ ।

ଟ୍ରମ୍ପ ନିଜ ସମ୍ବୋଧନ ସମୟରେ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ସେହି ଭିଡିଓ କ୍ଲିପ୍‌ର କଥା ବି ଉଠାଇଛନ୍ତି ଯେଉଁଥିରେ ଇଟାଲୀରେ ଆୟୋଜିତ ଜି ୭ ଶିଖର ସମ୍ମିଳନୀରେ ବାଇଡେନ୍‌ଙ୍କୁ ବିଭିନ୍ନ ଦେଶର ପତାକା ସହିତ ସ୍କାଇଡାଇଭରଙ୍କୁ ଓହ୍ଲାଉଥିବାର ଦେଖାଯାଇଛି । ଏହି ଭିଡିଓରେ ବାଇଡେନ୍ ଅନ୍ୟ ନେତାଙ୍କୁ ପଛ କରି ଦୂରକୁ ଚାଲିଯାଉଥିବାର ଦେଖିବାକୁ ମିଳୁଛି ।
୭୮ ବର୍ଷୀୟ ଟ୍ରମ୍ପ ବାଇଡେନଙ୍କ ବୟସ ଉପରେ ବି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ୮୧ ବର୍ଷୀୟ ବାଇଡେନ୍ ଦ୍ୱିତୀୟ କାର୍ଯ୍ୟକାଳ ଲାଗି ଏବେ ନିଜ ପ୍ରଚାରର କେନ୍ଦ୍ରବିନ୍ଦୁରେ ରହିଛନ୍ତି ।

Get real time updates directly on you device, subscribe now.