fbpx
BJD SKY
BJD SKY

ଟ୍ୱିଟର ବ୍ୟବହାରକାରୀଙ୍କୁ ମିଳିଲା ବଡ଼ ଅଧିକାର, ଆକାଉଣ୍ଟ ନିଲମ୍ବନ ବିରୁଦ୍ଧରେ କରିପାରିବେ ସ୍ୱର ଉତ୍ତୋଳନ

BJD

ନୂଆଦିଲ୍କୀ: କୋଟିକୋଟି ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ଆସି ପହଁଚିଛି । ବର୍ତ୍ତମାନ ନିଜ ଆକାଉଣ୍ଟ ସସ୍ପେସନ ବିରୋଦ୍ଧକୁ ନେଇ ସମସ୍ତେ ଅଭିଯୋଗ କରିପାରିବେ । ଏନେଇ କମ୍ପାନୀ ଗତକାଲି କହିଛି ଯେ, ଟ୍ୱିଟର ୟୁଜର୍ସ ଫେବୃଆରୀ ୧ରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ନୂତନ ମାନଦଣ୍ଡ ଅନୁଯାୟୀ, ଟ୍ୱିଟର ବ୍ୟବହାରକାରୀମାନେ ଆକାଉଣ୍ଟ ନିଲମ୍ବନକୁ ଅପିଲ୍ ଏବଂ ମୂଲ୍ୟାଙ୍କନ କରିପରିବେ ।

ନୂତନ ନିୟମ ଅନୁଯାୟୀ, ଟ୍ୱିଟରରେ କେବଳ ଗୁରୁତର ମାମଲା କିମ୍ବା ଉପସ୍ଥାପନା କରାଯାଇଥିବା ନୀତିର ବାରମ୍ବାର ଉଲଘଂନ ପରେ ନିଲମ୍ବିତ କରାଯିବ । ସିରିୟସ ପଲିସି ଭାଓଲେସନରେ ଅପରାଧରେ ଅନୁପଯୁକ୍ତ ବିଷୟବସ୍ତୁ କିମ୍ବା କାର୍ଯ୍ୟକଳାପରେ ଲିପ୍ତ ରହିବା, ହିଂସା କିମ୍ବା କ୍ଷତି ଘଟାଇବା, ଧମକଦେବା ଏନ୍ୟ ଉପଭୋକ୍ତା ମାନଙ୍କୁ ଟାର୍ଗେଟ ରଖି ହଇରାଣ କରିବା ଆଦି ଏଥିରେ ଅନ୍ତର୍ଭୁକ୍ତ ରହିବ ।

ଏହା ପୂର୍ବରୁ ଏଲନ ମସ୍କ ନିଜ ବିମାନ ବିଷୟରେ ସାର୍ବଜନୀନ ଡ଼ାଟା ପ୍ରକାଶିତ କରିବାକୁ ନେଇ ଡ଼ିସେମ୍ବର ମାସରେ ସେ କିଛି ସାମ୍ବାଦିକଙ୍କ ଆକାଉଣ୍ଟକୁ ସସ୍ପେଣ୍ଟ କରିଦେଇଥିଲେ । ତେବେ ବିବାଦ ବଢିବା ପରେ ସେ ସେମାନଙ୍କ ଆକାଉଣ୍ଟକୁ ପୁନଃ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.