fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ମୃତ, ୪ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୪ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ହୋଇଛନ୍ତି। ସୂଚନା ଅନୁଯାୟୀ, ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟରେ ଅଭାବନୀୟ ଦୁର୍ଘଟଣା ଘଟିଛି। ଏକ ଅଟୋ ଏବଂ ବୋଲେରୋ ପିକଅପ ମଧ୍ୟରେ ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା। କୁହୁଡି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଆହତ ମାନଙ୍କୁ ହସ୍ପିଟାଲ ପଠାଇବା ସହ ମୃତକ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ସକାଳେ ୭ଜଣ ପରିବା ବିକାଳି ଏକ ଅଟୋ ଯୋଗେ କେନ୍ଦୁଝର ବଜାରରୁ ପରିବା ବିକ୍ରି କରି ନିଜ ଘର ସାନକମଣ୍ଡରକୁ ଫେରୁଥିଲେ । ବସନ୍ତପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ସହ ଅଟୋର ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥାଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ୫ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ତେବେ ଘଟଣା ବିଷୟରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.