fbpx

ନେପାଳ: ରାତି ୩ଟାରେ ବଡ଼ଧରଣର ଭୂସ୍ଖଳନ, ନଦୀକୁ ଖସିଲା ଦୁଇଟି ବସ୍, ୬୦ ଯାତ୍ରୀ ନିଖୋଜ

ନୂଆଦିଲ୍ଲୀ: ନେପାଳରୁ ଆସିଛି ଏକ ବଡ଼ ଖବର । ଏକ ବଡ଼ଧରଣର ଭୂସ୍ଖଳନ କାରଣରୁ ନଦୀ ଗର୍ଭକୁ ଦୁଇଟି ବସ୍ ଖସି ପଡ଼ିଥିଲା । ଫଳରେ ନଦୀ ପାଣିରେ ୬୦ ଜଣ ଯାତ୍ରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ରାତି ପାଖାପାଖି ୩.୩୦ ସମୟରେ ଏହି ଅଘଟଣ ଘଟିଥିଲା । ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି । କିଛି ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏହି ଭୂସ୍ଖଳନ କାରଣରୁ ଏବେ ଯାତାୟାତ ଠପ୍ ହୋଇଯାଇଛି ।

ସୂଚନା ମୁତାବକ, ନେପାଳର ଚିତବନ ଜିଲ୍ଲା ନିକଟରେ ଏହି ଅଘଟଣ ଘଟିଥିଲା । ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ ଭୂସ୍ଖଳନ କାରଣରୁ ତ୍ରିଶୁଲୀ ନଦୀ ଗର୍ଭକୁ ଖସି ପଡ଼ିଥିଲା । ଫଳରେ ୬୦ ଜଣ ଯାତ୍ରୀ ନିଖୋଜ ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବର୍ଷା କାରଣରୁ ଏବେ ଯାତାୟାତା ଠପ୍ ହୋଇଯାଇଥିବା ବେଳେ ନଦୀରେ ପ୍ରବଳ ପାଣି ବହୁଥିବାରୁ ବସକୁ ଉଦ୍ଧାର କରିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏହି ଅଘଟଣକୁ ନେଇ ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ପୁଷ୍କ କମଲ ଦହଲ ପ୍ରଚଣ୍ଡ । ଏନେଇ ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ତୁରିତ ଭିତ୍ତିରେ ବସ୍ ଓ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ କାରଣରୁ ଧନ ସମ୍ପତ୍ତି ନଷ୍ଟ ସେ ଗଭୀର ଭାବେ ଦୁଃଖିତ ବୋଲି କହିଛନ୍ତି ।

Get real time updates directly on you device, subscribe now.