fbpx

ୟୁପିରେ ଘାତକ ହେଲା ଭୀଷଣ ଥଣ୍ଡା: ଗୋଟିଏ ସହରରେ ୨୪ ଘଣ୍ଟା ମଧ୍ୟରେ ହାର୍ଟ ଓ ବ୍ରେନ୍ ଆଟାକ୍ ଯୋଗୁଁ ୨୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁପିରେ ଥଣ୍ଡା ଘାତକ ହୋଇଛି । ଭୀଷଣ ଶୀତ ଯୋଗୁଁ ସହରବାସୀଙ୍କ ଜୀବନ କଷ୍ଟକର କରିଦେଇଛି । ରାତିର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି, ଯାହା ବୁଧବାର ତୁଳନାରେ ୪ ଡିଗ୍ରୀ ସେଲସିୟସ କମ୍ ।

ଏଭଳି ପରିସ୍ଥିତିରେ ଗୁରୁବାର ଦିନ କାନପୁରର କେବଳ ଦୁଇଟି ସରକାରୀ ଡାକ୍ତରଖାନାରେ ହାର୍ଟ ଓ ବ୍ରେନ୍ ଆଟାକ୍ ଫଳରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ଡାକ୍ତରଖାନାରେ ଦିନସାରା ରୋଗୀମାନଙ୍କ ଭିଡ଼ ଜମିଥିଲା । ହାଲାଟ, ଉର୍ସାଲା ଏବଂ କାର୍ଡିଓଲୋଜିର ଓପିଡିରେ ରୋଗୀଙ୍କ ସଂଖ୍ୟା ଅଧିକ ଥିଲା ।

ଲକ୍ଷ୍ମୀପତ ସିହ୍ନାନିଆ ହୃଦ୍ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ବିନୟ କୃଷ୍ଣ କହିଛନ୍ତି ଯେ, ଦିନରେ ହାର୍ଟ ରୋଗରେ ପୀଡିତ ୭୨୩ ରୋଗୀ ଆସିଥିଲେ । ସେଥିମଧ୍ୟରୁ ୪୧ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏଥି ସହିତ ଚିକିତ୍ସା ସମୟରେ ୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ହାଲାଟ ହସ୍ପିଟାଲକୁ ଆଣୁଥିବା ବେଳେ ଉନ୍ନାଓର ୬୫ ବର୍ଷିୟ ସନ୍ଧ୍ୟା, କଲ୍ୟାଣପୁରର ୭୪ ବର୍ଷିୟ ରଜୋଲ ଏବଂ କନ୍ନୌଜର ୭୦ ବର୍ଷିୟ ଜାକିରଙ୍କ ବ୍ରେନ୍ ଆଟାକ୍ ଯୋଗୁଁ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.