ବୀମା କମ୍ପାନୀ ପାଇଁ ଶୀଘ୍ର ଲାଗୁ ହେବ UPI ଭଳି ସିଷ୍ଟମ, ଅନୁମୋଦନ ଦେଲା IRDAI, ଜାଣନ୍ତୁ କ’ଣ ହେବ ଫାଇଦା ?

ଓଡ଼ିଶା ଭାସ୍କର: ବୀମା(Insurance) କମ୍ପାନୀ ପାଇଁ ଖୁସି ଖବର । ବର୍ତ୍ତମାନ ଏହି ସେକ୍ଟରରେ ଶୀଘ୍ର UPI ଭଳି ସିଷ୍ଟମ ଲାଗୁ ହେବ । ଏଥିପାଇଁ IRDAI ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ପୂର୍ବରୁ ବୀମା କରାଇବା ପାଇଁ ଲୋକମାନଙ୍କୁ କମ୍ପାନୀର ୱେବସାଇଟ୍ କିମ୍ବା ଏଜେଣ୍ଟଙ୍କୁ ସମ୍ପର୍କ କରିବାକୁ ପଡ଼ୁଥିଲା । ଏଣିକି ବୀମା କମ୍ପାନୀରେ UPI ସିଷ୍ଟମ ଏକ ଯୁଗନ୍ତକାରୀ ପଦକ୍ଷେପ ସଦୃଶ ହେବ ।

IRDAI ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ‘ବୀମା ସୁଗମ’ ଏକ ପ୍ରକାର insurance infrastructure ଯେଉଁଥିରେ ସମସ୍ତ ବୀମା କମ୍ପାନୀ ସମ୍ବନ୍ଧୀୟ ସୂଚନା ସହଜରେ ଉପଲବ୍ଧ ହେବ । ଏହା ବୀମା କମ୍ପାନୀ ଦ୍ୱାରା ପରିଚାଳିତ ହେବ । ‘ବୀମା ସୁଗମ’ ବୀମା କମ୍ପାନୀ ଏବଂ ବିତରକ(ଡିଷ୍ଟ୍ରିବୁଟର)ମାନଙ୍କୁ ଏହା ଏକ ପ୍ଲାଟଫର୍ମ ଯୋଗାଇବା ବ୍ୟତୀତ ଦେବା ଗ୍ରାହକମାନଙ୍କୁ ଏକ ବୀମା ଆକାଉଣ୍ଟ ନମ୍ବର ଆବଣ୍ଟନ କରିଥାଏ । ଏହା ଦ୍ୱାରା ସହଜରେ ଗୋଟିଏ କମ୍ପାନରୁ ଅନ୍ୟ କମ୍ପାନୀ ଆମ ପଲିସି ଟ୍ରାନ୍ସଫର କରିପାରିବା । IRDAI ଅଧ୍ୟକ୍ଷ ଦେବାଶିଷ ପଣ୍ଡାଙ୍କ କହିବାନୁଯାୟୀ ବୀମା ଇଣ୍ଡଷ୍ଟ୍ରି ପାଇଁ ଏହା UPI ଭଳି ଏକ ପରିବର୍ତ୍ତନ ହେବ । ଏହି ପ୍ଲାଟଫର୍ମ ମାଧ୍ୟମରେ ବୀମା କ୍ରୟ ଏବଂ ବିକ୍ରି କରିବା ସହ ବୀମା କମ୍ପାନୀ API  ମାଧ୍ୟମରେ ପ୍ଲାଟଫର୍ମ ସହ ଯୋଡ଼ି ହୋଇ ସେବା ପ୍ରଦାନ କରିପାରିବେ ।

ଏହା One- Stop Solution ଭଳି କାର୍ଯ୍ୟ କରିବ, ମିଳିବ ଏହି ସବୁ ଫାଇଦା

‘ବୀମା ସୁଗମ’ର ଉଦ୍ଦେଶ୍ୟ ଅନଲାଇନ୍ ବିତରକମାନଙ୍କୁ ହଟାଇବା ନୁହେଁ ବରଂ ସେମାନଙ୍କୁ ଏହାର ଅଂଶବିଶେଷ କରାଇବା । IRDAI କହିବାନୁଯାୟୀ ଏହା ମାର୍କେଟ ଗ୍ରାହକ, ବୀମା କମ୍ପାନୀ, ମିଡିଏଟର ଏବଂ ଏଜେଣ୍ଟଙ୍କ ସହ ସମସ୍ତ ଷ୍ଟକ୍ହୋଲ୍ଡରର୍ସଙ୍କ ପାଇଁ One- Stop Solution ଭଳି କାର୍ଯ୍ୟ କରିଥାଏ । ଏହା ଦ୍ୱାରା ସମସ୍ତ ସିଷ୍ଟମରେ ପାରଦର୍ଶିତା ରହିବ । ବୀମା ସୁଗମ ପ୍ଲାଟଫର୍ମ ମାଧ୍ୟମରେ ବୀମା କ୍ରୟ ଏବଂ ବିକ୍ରି କରିବା ସହ କ୍ଲେମ୍ କରିହେବ ।