fbpx

ନିଜ ପରିବାରକୁ ନରଭକ୍ଷୀ କହି ହତ୍ୟା କଲା କିଶୋର

Advertisement

ୱାଶିଂଟନ୍:ଆମେରିକାରେ ଜଣେ କିଶୋର ନିଜ ଭାଇ ଓ ମାତାପିତାଙ୍କୁ ହତ୍ୟା କରିବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି । ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁସାରେ ପୋଲିସ କହିଛି ଟେକ୍ସାସର ୧୮ ବର୍ଷର ଜଣେ କିଶୋରଙ୍କୁ ଏବେ ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତ କହିଛନ୍ତି ସେମାନେ ସମସ୍ତେ ନରଭକ୍ଷୀ ଥିବାରୁ ତାଙ୍କୁ ଖାଇଯାଇଥାନ୍ତେ । ତେଣୁ ସେ ସେମାନଙ୍କ ହତ୍ୟା କରିଦେଲେ ।
ପୋଲିସକୁ ସୂଚନା ମିଳିଥିଲା ଯେ, ଜଣେ କିଶୋର ନିଜ ପରିବାରକୁ କ୍ଷତି ପହଞ୍ଚାଇବା ସହ ନିଜକୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଇଛି । ପରେ ପୋଲିସ ସେଠାରେ ପହଞ୍ôଚ ବ୍ୟାରିକେଡ୍ କରି ଦେଖିବାକୁ ପାଇଥିଲା କିଛି ଲୋକ ଘରେ ମରି ପଡିିଛନ୍ତି । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଥିଲା । ପୋଲିସ କହିଛି ଅଭିଯୁକ୍ତ ଗୁଳି ମାରି ସମସ୍ତଙ୍କୁ ହତ୍ୟା କରିଛି । ପୋଲିସ ଘର ଚାରିପଟେ ବ୍ୟାରିକେଡ୍ କରି ଅଭିଯୁକ୍ତକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା । ଅଭିଯୁକ୍ତ ସମସ୍ତଙ୍କୁ ଘରର ଅଲଗା ଅଲଗା କୋଠରୀରେ ହତ୍ୟା କରିଛି । ନିଜର ଛୋଟ ଭାଇକୁ ବାଥରୁମ୍ରେ ହତ୍ୟା କରିଥିବା ବେଳେ ମାତା ପିତାଙ୍କୁ ଅନ୍ୟ ଏକ କୋଠରୀରେ ହତ୍ୟା କରିଥିଲା । ଘରର ଚଟାଣରେ ରକ୍ତ ଛିଟା ଲାଗିଥିବାର ପୋଲିସ ଦେଖିପାରିଥିଲା । ଅନ୍ୟପକ୍ଷରେ ପୋଲିସ ଏବେ ହତ୍ୟାର ଅନ୍ୟ କାରଣ ବି ଖୋଜୁଛି ।

Get real time updates directly on you device, subscribe now.