ଗୋଟିଏ ପ୍ଲାନରେ ୫ଟି ଫାଇଦା ଦେଉଛି ଜିଓ: ଲଞ୍ଚ ହେଲା ଦିପାବଳୀ ଅଫର

ନୂଆଦିଲ୍ଳୀ: ଦେଶର ଅଗ୍ରଣୀ ଟେଲିକମ୍ ସେବାପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ତା’ର ଗ୍ରାହକଙ୍କ ପାଇଁ ସର୍ବଦା ନୂଆ ନୂଆ ଅଫର ଲଞ୍ଚ କରିଥାଏ । ତେବେ ଆଗକୁ ଦିପାବଳୀ ଆସୁଥିବା ବେଳେ ଗ୍ରାହକଙ୍କ ପାଇଁ ଆସିଯାଇଛି ଏକ ବଢ଼ିଆ ପ୍ଲାନ୍ । ଏହି ପ୍ଲାନକୁ ନେଲେ ୟୁଜର୍ସ ଗୋଟିଏ କି ଦୁଇଟି ନୁହେଁ ପୂରା ୫ଟି ସ୍ପେଶାଲ ବେନିଫିଟ୍ ପାଇ ପାରିବେ । ଏହି ପ୍ଲାନର ବୈଧତା ୨୮ ଦିନ ପାଇଁ ରହିଥିବା ବେଳେ ଏଥିରେ ଗ୍ରାହକମାନେ ଅସୀମିତ କଲିଂ କରିପାରିବେ । ଜିଓର ସେଗମେଣ୍ଟରେ ଅନେକ ରିଚାର୍ଜ ପ୍ଲାନ ଉପଲବ୍ଧ ରହିଥିବା ବେଳେ ପ୍ରତ୍ୟେକର ଦାମ୍ ଅଲଗା ଅଲଗା ରହିଛି । ତେବେ ଏହା ହେଉଛି ଜିଓର ଅନ୍ୟତମ ବେଷ୍ଟ ପ୍ଲାନ ।

ଏହି ପ୍ଲାନର ମୂଲ୍ୟ ୧୮୯ ଟଙ୍କା ରହିଥିବା ବେଳେ ଏଥିରେ ୟୁଜର୍ସଙ୍କୁ ଅନେକ ଫାଇଦା ମିଳିବ । ଏଥିରେ ୟୁଜର୍ସ ଉଭୟ ଲୋକାଲ ଓ ଏସଟିଡି କଲିଂ କରିପାରିବେ । ଏହି ପ୍ଲାନରେ ୟୁଜର୍ସଙ୍କୁ ୨ ଜିବିର ଇଣ୍ଟରନେଟ୍ ଡାଟା ମିଳିବ । ଏଥିସହିତ ଗ୍ରାହକଙ୍କୁ ୩୦୦ ଏସଏମଏସ୍ ଆକ୍ସେନ କରିବାର ସୁଯୋଗ ମିଳିବ । ଡାଟା ସରିବା ପରେ ବି ଏହାକୁ କମ୍ୟୁନିକେସନରେ ବ୍ୟବହାର କରିହେବ । ଜିଓ ପୋର୍ଟାଲ ଓ ମାଓ ଜିଓ ଆପକୁ ଯାଇ ଗ୍ରାହକମାନେ ଏହି ପ୍ଲାନ୍ ନେଇ ପାରିବେ । ଏହି ପ୍ଲାନ ବ୍ୟତୀତ ଗ୍ରାହକମାନେ ୮୪ ଦିନିଆ ଓ ୩୩୬ ଦିନର ବୈଧତା ଥିବା ପ୍ଲାନ ମଧ୍ୟ ନେଇ ପାରିବେ ।

Get real time updates directly on you device, subscribe now.