fbpx

କାଲିଠୁ ଏସପ୍ଲାନେଡ ମଲରେ ଟିକାକରଣ, ଜାଣନ୍ତୁ କେଉଁମାନେ ନେବେ ଟିକା ?

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ କାଲିଠାରୁ ଏସପ୍ଲାନେଡ ମଲରେ ହେବ ଟିକାକରଣ । ୪୫ରୁ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ୨ୟ ଡୋଜ ପାଇଁ ଡ୍ରାଇଭ୍ ଇନ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଅନଲାଇନରେ ବୁକିଙ୍ଗ କରି ଲୋକମାନେ ଟିକା ନେବା ପାଇଁ ଆସିପାରିବେ । ପ୍ରଥମ ଦିନରେ ୪୦୦ ସ୍ଳଟ ଓପନ ରହିବ । ତାପରେ ପରବର୍ତ୍ତୀ ଦିନ ମାନଙ୍କ ପାଇଁ ୫୦୦ ସ୍ଳଟ ଓପନ ରହିବ ବୋଲି କୁହାଯାଇଛି ।

ତେବେ ଟିକା ନେବାକୁ ଆସୁଥିଲେ ଆଧାରକାର୍ଡ ସହ ପ୍ରଥମ ଡୋଜର ପ୍ରମାଣପତ୍ର ଧରିକି ଆସିବାକୁ ପଡିବ । ଏହାଛଡା ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାରୁ କାରରେ ଡ୍ରାଇଭରଙ୍କ ସହ ଜଣେ ଓ ବାଇକରେ କେବଳ ଜଣେ ବ୍ୟକ୍ତି ଟିକା ନେବା ପାଇଁ ଆସିପାରିବେ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

Get real time updates directly on you device, subscribe now.