fbpx

Vastu Tips; ଘରର ଏହି ଦିଗରେ ରଖନ୍ତୁ ଟିଭି, ପରିବାରରେ ବଢ଼ିବ ସୁଖ-ଶାନ୍ତି, ଖୋଲିବ ଧନ ଆସିବାର ବାଟ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଭଳି ବାସ୍ତୁ ଶାସ୍ତ୍ରର ମଧ୍ୟ ବହୁତ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ରରେ ଘରକୁ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାସ୍ତୁ ବିଶେଷଜ୍ଞଙ୍କ ମତରେ କୌଣସି ଜିନିଷକୁ ସଠିକ୍ ଦିଗରେ ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଯଦି ଘରର କୌଣସି ଜିନିଷକୁ ସଠିକ ଦିଗରେ ଓ ସଠିକ୍ ସ୍ଥାନରେ ରଖାଯାଏ ତେବେ ଏହା ଶୁଭ ଫଳ ଦେଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପ୍ରତ୍ୟେକ ଜିନିଷ ରଖିବାର ଦିଗ ନିର୍ଦ୍ଧାରିତ ହୋଇଥାଏ। ସେହିଭଳି ବାସ୍ତୁରେ ଟିଭି ରଖିବାର ଦିଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତୁ ଅନୁସାରେ ଘରେ ଟିଭିର ଦିଗ ଏପରି ହେବା ଉଚିତ ଯେ ଟିଭି ଦେଖୁଥିବା ବ୍ୟକ୍ତିଙ୍କ ମୁହଁ ଦକ୍ଷିଣ ଦିଗକୁ ଯାଇଥାଏ । ଏପରି କରିବା ଦ୍ୱାରା ଘରେ ଶୁଭ ହୋଇଥାଏ।

ତେବେ ଅନେକ ଲୋକ ଆରାମ ପାଇଁ ଶୋଇବା ଘରେ ଟିଭି ରଖନ୍ତି କିନ୍ତୁ ବାସ୍ତୁ ଅନୁସାରେ ଶୋଇବା ଘରେ ଟିଭି ରଖିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ଏହା ସତ୍ତ୍ୱେ ଯଦି ଆପଣ ନିଜ ଶୋଇବା ଘରେ ଟିଭି ଲଗାଇବାକୁ ଚାହୁଁଛନ୍ତି ତେବେ ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ।

ଘରର ଲିଭିଂ ରୁମ୍ ର ଦକ୍ଷିଣ-ପୂର୍ବ ଦିଗରେ ଟିଭି ରଖିବା ଶୁଭ ବୋଲି ବିବେଚନା କରାଯାଏ। ଏହି ଦିଗରେ ଟିଭି ରଖିବା ଦ୍ୱାରା ଲିଭିଂ ରୁମ୍ କୁ ସକାରାତ୍ମକ ଶକ୍ତି ମିଳିଥାଏ। ଏହା ଦ୍ୱାରା ଘରେ କଳହ ସୃଷ୍ଟି ହୁଏ ନାହିଁ। ଏହା ସହିତ ଘରେ ସକାରାତ୍ମକ ଶକ୍ତି ମଧ୍ୟ ସଞ୍ଚାରିତ ହୋଇଥାଏ।

ଅନେକ ଘରେ ଆପଣ ଦେଖିଥିବେ ଯେ ଘରେ ପ୍ରବେଶ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ଟିଭି ଥାଏ । ବାସ୍ତୁ ଅନୁଯାୟୀ ଏପରି କରିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଘରର ପ୍ରବେଶ ଦ୍ୱାର ସମ୍ମୁଖରେ ଟିଭି ରହିବା ଦ୍ୱାରା ନକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ।

Get real time updates directly on you device, subscribe now.