fbpx

(video)କାଲାରାମ ମନ୍ଦିରରୁ ଭାଇରାଲ ହେଉଛି ଏକ ଭିଡିଓ, ମନ୍ଦିର ପରିସରରେ ପୋଛା ଲଗାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ଆଜି ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ଏମଟିଏଚଏଲ୍ (ଅଟଳ ସେତୁ)ର ଉଦଘାଟନ କରିବେ । ସୂଚନା ଅନୁସାରେ ଏହା ସମୁଦ୍ର ଉପରେ ଦେଶର ସବୁଠାରୁ ବଡ ବ୍ରିଜ୍ ହେବ । ଏହି ଉଦଘାଟନ ସମାରୋହ ସନ୍ଧ୍ୟା ୪ଟା ୩୦ମିନିଟ୍ ସମୟରେ ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଭିଡିଓ ସାମ୍ନାକୁ ଆସୁଛି ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନାସିକର ପ୍ରସିଦ୍ଧ କାଲାରାମ ମନ୍ଦିରରେ ସଫେଇ କରୁଥିବାର ନଜର ଆସୁଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ମୋଦୀ ନାସିକ କାଲାରାମ ମନ୍ଦିରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କାଲାରାମ ମନ୍ଦିରରେ ନିଜେ ପୋଛା ଲଗାଇବା ସହ ଅନ୍ୟମାନଙ୍କୁ ବି ଏପରି କରିବାକୁ ନିବେଦନ କରିଛନ୍ତି । ଏହି ମନ୍ଦିରରେ ପହଞ୍ଚି ମୋଦୀ ପ୍ରଥମେ ପ୍ରାର୍ଥନା କରିଥିଲେ । ଏହାପରେ ମନ୍ଦିର ପ୍ରାଙ୍ଗଣକୁ ନିଜେ ସଫା କରିବା ସହ ଦେଶର ସମସ୍ତ ମନ୍ଦିରରେ ସ୍ୱଚ୍ଛତା ଅଭିଯାନ ଜାରି ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ନାସିକର କାଲାରାମ ମନ୍ଦିର ଭଗବାନ ରାମଙ୍କ ୨୦୦୦ ବର୍ଷ ପୁରୁଣା ମନ୍ଦିର । ଏହି ମନ୍ଦିର ଗୋଦାବରୀ ନଦୀ କୂଳରେ ଉତ୍ତର ନାସିକରେ ଅବସ୍ଥିତ ।

Get real time updates directly on you device, subscribe now.