‘ଏବେ ଘରକୁ ଯିବାର ସମୟ..’, ଆକ୍ଟିଂରୁ ସନ୍ନ୍ୟାସ ପାଇଁ ଘୋଷଣା କଲେ ବିକ୍ରାନ୍ତ ମେସି

ନୂଆଦିଲ୍ଲୀ: ବିକ୍ରାନ୍ତ ମେସି ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ଆକ୍ଟର୍ସଙ୍କ ମଧ୍ୟରୁ ଜଣେ । ସେ ଏପର୍ଯ୍ୟନ୍ତ ନିଜ କ୍ୟାରିୟରରେ ଅନେକ ପ୍ରକାରର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତିଛନ୍ତି । ହେଲେ ୧ ଡିସେମ୍ବରରେ ବିକ୍ରାନ୍ତ ମେସି ଇଣ୍ଡଷ୍ଟ୍ରୀ ଛାଡିବାକୁ ଘୋଷଣା କରିଛନ୍ତି । ବିକ୍ରାନ୍ତଙ୍କ ଏହି ଅଭିନୟରୁ ସନ୍ନ୍ୟାସ ନେବାର ଘୋଷଣା ଫ୍ୟାନ୍ସଙ୍କ ୁ ଆଶ୍ଚର୍ଯ୍ୟ କରିଛି । ସେ ଏହି ନିଷ୍ପତ୍ତି ସେତେବେଳେ ନେଇଛନ୍ତି, ଯେତେବେଳେ ସେ ନିଜ କ୍ୟାରିୟରରେ ସଫଳତାର ପିକ୍ ରେ ଅଛନ୍ତି ।

ବିକ୍ରାନ୍ତ ନିଜ ପୋଷ୍ଟରେ ଲେଖିଛନ୍ତି, ‘ନମସ୍କାର, ଗତ କିଛି ବର୍ଷ ଏବଂ ପରବର୍ତ୍ତୀ ବୟସ ଚମତ୍କାର ରହିଛି । ମୁଁ ଆପଣଙ୍କ ସପୋର୍ଟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି । ହେଲେ ଯେପରି ମୁଁ ଆଗକୁ ବଢୁଛି, ମୋତେ ଲାଗୁଛି ଯେ, ବର୍ତ୍ତମାନ ରିକାଲିବ୍ରେଟ କରି, ଘରକୁ ଫେରିଯିବା ସମୟ ଆସିଯାଇଛି । ଜଣେ ସ୍ୱାମୀ, ବାପା, ଏକ ପୁଅ ଏବଂ ଜଣେ ଅଭିନେତା ଭାବେ ମଧ୍ୟ । ତେବେ ୨୦୨୫ରେ ଆମେ ଶେଷ ଥର ପାଇଁ ଭେଟିବା । ଯେପର୍ଯ୍ୟନ୍ତ ସମୟ ଠିକ୍ ହୋଇନାହିଁ । ଗତ ୨ଟି ଫିଲ୍ମ ଏବଂ ଅନେକ ବର୍ଷର ସ୍ମୃତି । ପୁଣିଥରେ ଧନ୍ୟବାଦ, ଏହି ସମସ୍ତ ଜିନିଷ ପାଇଁ ମୁଁ ସର୍ବଦା ଋଣି ।’

ବିକ୍ରାନ୍ତଙ୍କ ଏହି ଘୋଷଣା ଫ୍ୟାନ୍ସ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅନେକ ଲୋକେ କମେଣ୍ଟ ସେକ୍ସନରେ ଆକ୍ଟରଙ୍କ ଏହି ନିଷ୍ପତ୍ତିରେ ନିରାଶ ଜାହିର କରିଛନ୍ତି, ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଆପଣ ଏପରି କାହିଁକି କଲେ । ଆପଣ ଭଳି ବୋଧ ହୁଏ କେହି ଅଭିନେତା ନାହାନ୍ତି । ଆମକୁ ଆହୁରି ଭଲ ଫିଲ୍ମର ଆବଶ୍ୟକତା ରହିଛି ।

 

View this post on Instagram

 

A post shared by Vikrant Massey (@vikrantmassey)