fbpx

(Video) ସାଇକେଲ ଚଳେଇବା ବେଳେ ମହିଳାଙ୍କ ଦୌଡ଼ି ଡିଆଁ ଖେଳ….

ଓଡିଶା ଭାସ୍କର; ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ବହୁ ଆଶ୍ଚର୍ଯ୍ୟଜନକ ଭିଡିଓସବୁ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି ପ୍ଲାଟଫର୍ମ ଜରିଆରେ ଅନେକ ଜଣ ନିଜ ନିଜର ଅଦ୍ଭୁତ ଟ୍ୟାଲେଣ୍ଟ ଦେଖାଇ ଖୁବ ପ୍ରଶଂସା ସାଉଁଣ୍ଟୁଛନ୍ତି । ଏହି ସବୁ ଭିଡିଓ ଦେଖି ବେଳେବେଳେ ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଥିବେ ଯେ, ବାସ୍ତବରେ କିଏ କଣ ଏମିତି ଅଦ୍ଭୁତ ଟ୍ୟାଲେଣ୍ଟ ଦେଖାଇପାରେ?

ତେବେ ଏପରି ଏକ ଭିଡିଓରେ ଜଣେ ମହିଳା ନିଜର ଅଦ୍ଭୁତ ଟ୍ୟାଲେଣ୍ଟ ଦେଖାଇ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛନ୍ତି । ଭାଇରାଲ୍ ହେଉଥିବା ଭିଡିଓରେ ଜଣେ ମହିଳା ସାଇକେଲ ଚଳାଉଥିବାର ନଜର ଆସିଛନ୍ତି । ହେଲେ ଏହା ପରେ ସେ ଯାହା କରିଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ ହେବନି । ଉକ୍ତ ମହିଳା ଜଣଙ୍କ ସାଇକେଲରୁ ସମ୍ପୂର୍ଣ୍ଣ ହାତ ଛାଡି ଏକ ଦଉଡି ଡିଆଁ ବା ସ୍କିପିଂ କାଢିଛନ୍ତି ଓ ଏହାପରେ ସେହି ସାଇକେଲର ଚଳନ୍ତା ଅବସ୍ଥାରେ ସେ ସ୍କିପିଂ ଖେଳିଛନ୍ତି । ସିଧା ରାସ୍ତାରେ ସାଇକେଲ ସିଧା ସିଧା ଗଡୁଥିବା ବେଳେ ମହିଳା ଜଣଙ୍କ ସେମିତି ହାତ ଛାଡି ସ୍କିପିଂ ଖେଳିବାରେ ଲାଗିଛନ୍ତି । ତେବେ ମହିଳା ଜଣଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିଭା ପ୍ରଦର୍ଶନ କରିଥିବାରୁ ଅନେକ ଜଣ ଭିଡିଓରେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ସେହିପରି ମହିଳା ଜଣଙ୍କ ଏପରି ହାତ ଛାଡି ଚଳନ୍ତା ସାଇକେଲରେ ସ୍କିପିଂ ଖେଳିବା ବିପଦପୂର୍ଣ୍ଣ ବୋଲି କହି କିଛି ଜଣ ତାଙ୍କୁ ନାପସନ୍ଦ କରିଛନ୍ତି ।

ଇନଷ୍ଟାଗ୍ରାମ ବ୍ୟବହାରକାରୀ, @ iamsecretgirl023 ଆକାଉଣ୍ଟରେ ଏହି ଆଶ୍ଚvଜନକ ପ୍ରତିଭା ପ୍ରଦର୍ଶନର ଭିଡିଓକୁ ସେୟାର କରାଯାଇଛି । ମହିଳା ଜଣଙ୍କ ପାରମ୍ପାରିକ ପୋଷାକ ପିନ୍ଧି ସାଇକେଲ ଚଳାଇବା ସହ ସ୍କିପିଂ ଖେଳିବା ଟ୍ୟାଲେଣ୍ଟକୁ ଦେଖି ଅନେକ ଜଣ ଖୁବ ପ୍ରଶଂସା କରିଛନ୍ତି । ସାଇକେଲ ସହ ନିଜର ବାଲାନ୍ସ ମେଣ୍ଟନ୍ କରି ମହିଳାଙ୍କ ସାହସର ସହ ସ୍କିପିଂ ଖେଳର ଏହି ଭିଡିଓ ବର୍ତ୍ତମାନ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by 🍁 B_ush_ra🍁 (@iamsecretgirl023)

Get real time updates directly on you device, subscribe now.