କେଉଁ ବାରରେ କେଉଁ ରଙ୍ଗର କପଡ଼ା ପିନ୍ଧିଲେ ହୋଇଥାଏ ଶୁଭ; ମିଳିଥାଏ ନବଗ୍ରହଙ୍କ କୃପାଦୃଷ୍ଟି…

ଓଡ଼ିଶା ଭାସ୍କର: ଆପଣ ସବୁଦିନ କିଛି ନା କିଛି ଭିନ୍ନ ରଙ୍ଗର ପୋଷାକ ପିନ୍ଧିଥା’ନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି କପଡା ରଙ୍ଗର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ରାଶି ଫଳରେ ଆପଣ ଦେଖୁଥିବେ କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭ ହୋଇଥାଏ । ହେଲେ କେତେକ ଲୋକେ ଏହି ରଙ୍ଗ ବିଷୟରେ କିଛି ଜାଣି ନଥିବେ ଓ ନିଜ ମନ ମୁତାବକ ଭିନ୍ନ ରଙ୍ଗର କପଡା ପରିଧାନ କରିଥାନ୍ତି । ତେବେ ଜ୍ୟେତିଷ ଶାସ୍ତ୍ର ଅନୁସାରେ କେଉଁ ରଙ୍ଗ କେଉଁ ଦିନରେ ପରିଧାନ କଲେ ଆପଣଙ୍କୁ ଶୁଭ ଫଳ ମିଳିବ ତାହା ଜାଣି ରଖନ୍ତୁ ।

ସୋମବାର:- ଭଗବାନ ଶିବଙ୍କ ବାର ହେଉଛି ସୋମବାର । ଏହିଦିନ ଚନ୍ଦ୍ରମାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ତେଣୁ ଆପଣ ହାଲକା ନୀଳ ନଚେତ ଧଳାରଙ୍ଗର ସାର୍ଟ ପରିଧାନ କରିପାରିବେ ।

ମଙ୍ଗଳବାର:- ହିନ୍ଦୁ ମାନଙ୍କ ନିୟମ ଅନୁସାରେ ମଙ୍ଗଳବାର ଦିନରେ ହନୁମାନଙ୍କ ପୂଜା ହୋଇଥାଏ । ତେବେ ମଙ୍ଗଳ ଗ୍ରହକୁ ସବୁଗ୍ରହ ମାନଙ୍କ ମଧ୍ୟରୁ ସେନାପତି କୁହାଯାଏ । ତେଣୁ ଏହି ଦିନରେ ନାଲି ଏବଂ ଗାଢ କମଳା ରଙ୍ଗ ପିନ୍ଧିବା ଆପଣଙ୍କ ପାଇଁ ଶୁଭ ।

ବୁଧବାର:- ବୁଧ ଗ୍ରହ ଚାଳିବାକୁ ପାଠପଢିବା, ବୁଦ୍ଧି, ଓ ପରୀକ୍ଷାର କାରକ ବୋଲି କୁହାଯାଇଥାଏ । ଏହି ଦିନ ଆପଣ ସବୁଜ ରଙ୍ଗର ସାର୍ଟ ପିନ୍ଧିବା ଉଚିତ ।

ଗୁରୁବାର:- ଏହିଦିନ ଗୁରୁ ବା ବୃହସ୍ପତିଙ୍କ ବାର ଅଟେ । କୁଣ୍ଡଳୀରେ ଯଦି ଗୁରୁ ଗ୍ରହ ମଜବୁତ ଅଛନ୍ତି ତେବେ ଅନ୍ୟ ଦୋଷର ଅଧିକ ପ୍ରଭାବ ରହି ନଥାଏ । ଗୁରୁଗ୍ରହକୁ ପ୍ରସନ୍ନ କରିବା ପାଇଁ ଆପଣ ହଳଦିଆ ରଙ୍ଗ ବସ୍ତ୍ର ପରିଧାନ କରନ୍ତୁ । ବିଶେଷକରି ସମସ୍ତେ ଗୁରୁବାର ବା ମା’ ଲକ୍ଷ୍ମୀଙ୍କ ବାରକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି, କାରଣ ଗୁରୁବାରକୁ ସମସ୍ତେ ଅତ୍ୟନ୍ତ ଶୁଭ ବାର ବୋଲି ମନେ କରନ୍ତି । ଏଣୁ ଆପଣ ଏହି ଶୁଭ ବାରରେ ପୋଷାକ ରଙ୍ଗକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ।

ଶୁକ୍ରବାର:- ଶୁକ୍ର ଆକର୍ଷଣ ଏବଂ ଶୁଖ ବିଳାସପୂର୍ଣ୍ଣର ପ୍ରତୀକ ଅଟନ୍ତି । ସେଥିପାଇଁ ଆପଣ କ୍ରିମ, ଧଳା ବା ଗୋଲାପି ରଙ୍ଗ ପିନ୍ଧିବା ଆବଶ୍ୟକ ।

ରବିବାର:- ରବିବାର ଦିନ ହେଉଛି ଭଗବାନ ସୂର୍ଯ୍ୟଙ୍କ ଦିନ । ଏହି ଦିନ ଆପଣ ଗୋଲାପି, ହାଲକା ନାଲି, ହଳଦିଆ ବା ହାଲକା କମଳା ରଙ୍ଗର ପୋଷାକ ପରିଧାନ କରିପାରିବେ । ଯଦି ଆପଣ ଗାଢ କମାଳା ରଙ୍ଗର ସାର୍ଟ ପିନ୍ଧୁଛନ୍ତି ତେବେ ଆପଣଙ୍କର ଏହା କ୍ଷତି କରିପାରେ ।