fbpx

NeoCovରେ ୩ ଜଣ ସଂକ୍ରମିତ ହେଲେ ଜଣେ ମରିବା ଥୟ: ଜାଣନ୍ତୁ କରୋନାର ଏହି ନୂଆ ଭାରିଆଣ୍ଟର ଷ୍ଟଡି ରିପୋର୍ଟ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ନିଓକୋଭକୁ ନେଇ ଏବେ ଚାରିଆଡ଼େ ଆଶଙ୍କା ବୃଦ୍ଧି ପାଇଛି । ତେବେ ଅଧ୍ୟୟନର ରିପୋର୍ଟକୁ ନେଇ ଅଧିକାଂଶ ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିଛି । ଜାନୁଆରୀ ୨୮ ତାରିଖ ମଧ୍ୟରେ ଗୁଗୁଲରେ ନିଓକୋଭକୁ ନେଇ ୫ ଲକ୍ଷ ଥର ସର୍ଚ୍ଚ କରାଯାଇଥିବା ଜଣାପଡ଼ିଛି । ତେବେ କରୋନା ଭାଇରସର ପରିବାର ସମ୍ପର୍କୀୟ ମର୍ସ-କୋଭ ହୋଇଥିବା ବେଳେ ନିଓକୋଭ ତା’ ସହିତ ଜଡ଼ିତ ରହିଛି । ମର୍ସ-କୋଭ ସଂସ୍ପର୍ଶରେ ଆସିଥିବା ୩୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ।

ଏକ ଷ୍ଟଡି ମୁତାବକ, ନିଓକୋଭ ବର୍ତ୍ତମାନ ସୁଦ୍ଧା କେବଳ ବାଦୁଡ଼ିଠାରେ ଦେଖାଦେଇଛି । ତେବେ ଏକ ବିଶେଷ ଧରଣର ମ୍ୟୁଟେସନ ଘଟିଲେ ଏହା ମଣିଷର କୋଷିକାକୁ ସଂକ୍ରମିତ କରିପାରେ । ଏହାକୁ ନେଇ ଆହୁରି ଅନେକ ଲାବୋରେଟୋରି ଷ୍ଟଡି ଓ ସମୀକ୍ଷା କରିବାକୁ ବାକି ଅଛି । ତେଣୁ ଏହି ଭାରିଆଣ୍ଟକୁ ନେଇ ଏବେଠାରୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।

ତେବେ ନିଓକୋଭ ଏକ ନୂଆ ଭାରିଆଣ୍ଟ ନୁହେଁ ବୋଲି ଜଣାପଡ଼ିଛି । ଗତ ୨୦୧୦ରେ ମର୍ସ-କୋଭ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ ଓ ଦକ୍ଷିଣ କୋରିଆରେ ବଡ଼ ଧରଣର ସଙ୍କଟ ସୃଷ୍ଟି କରିଥିଲା । ତେବେ ନିଓକୋଭ କରୋନା ଭାଇରସ୍ ନୁହେଁ କି ଏହା କାହାର ମ୍ୟୁଟେସନ ନୁହେଁ ବୋଲି ଅନେକ ଏକ୍ସପର୍ଟ ମତ ଦେଇଛନ୍ତି ।

Get real time updates directly on you device, subscribe now.