ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ମଧ୍ୟ ବହୁତ ଲମ୍ବା ହୋଇପାରେ । ଟ୍ରେନରେ ଯାତ୍ରା କରିବା ସମୟରେ ଲୋକମାନେ ଏଣିକି ଟାଇମ୍ ପାସ୍ କରିବାକୁ ମୋବାଇଲର ବ୍ୟବହାର କରୁଛନ୍ତି । ଲୋକମାନେ ମୋବାଇଲରେ ନିଜ ପସନ୍ଦକୁ ମନୋରଞ୍ଜନ କରି ଟ୍ରେନ୍ ଦ୍ୱାରା ଦୂର ଦୂରାନ୍ତର ଯାତ୍ରାକୁ ସହଜରେ ଯାତ୍ରା କରିପାରୁଛନ୍ତି । ଯଦି ଆପଣ ଟ୍ରେନର ଡୋର୍ ପାଖରେ ଠିଆ ହୋଇ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି, ତେବେ ଅଜାଣତରେ ମୋବାଇଲ ଟ୍ରେନ ବାହାରେ ଖସିଯାଇପାରେ । ଯଦି ଚଳନ୍ତା ଟ୍ରେନରୁ ମୋବାଇଲ ବାହାରକୁ ଖସିପଡେ, ତେବେ ଏପରି ସ୍ଥିତିରେ ଆପଣଙ୍କୁ କ’ଣ କରିବା ଉଚିତ୍ ? ଆସନ୍ତୁ ଜାଣିବା…
ଯଦି ଟ୍ରେନରୁ ମୋବାଇଲ୍ ଖସିଯାଏ ତେବେ କ’ଣ କରିବେ?
ଅନେକ ଥର ଏହା ଦେଖାଯାଇଛି ଯେ ପବନ କିମ୍ବା ଅନ୍ୟ କୌଣସି କାରଣରୁ ମୋବାଇଲ୍ ଚଳନ୍ତା ଟ୍ରେନରୁ ଖସି ପଡୁଛି । ଏପରି ପରିସ୍ଥିତିରେ ଲୋକମାନେ ହଠାତ୍ କ’ଣ କରିବାକୁ ବୁଝିପାରନ୍ତିି ନାହିଁ । ଏଭଳି ପରିସ୍ଥିତିରେ ଲୋକମାନେ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ହଡ଼ବଡ଼ ହୋଇ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ କାରଣ ଟ୍ରେନର ଗତି ମଧ୍ୟ ବହୁତ ଦ୍ରୁତ ଥିବ ।
ଏହି କାମ କର :-
ଟ୍ରେନରୁ ମୋବାଇଲ୍ ଖସିଗଲେ ଅଧିକାଂଶ ଲୋକ ଟ୍ରେନର ଚେନ୍ ଟାଣିବାକୁ ଚିନ୍ତା କରନ୍ତି, କିନ୍ତୁ ତାହା କରନ୍ତୁ ନାହିଁ । ଟ୍ରେନର ଚେନ୍ ଟାଣିବା ପାଇଁ କିଛି ନିୟମ ଅଛି, ଯାହାକୁ ଧ୍ୟାନରେ ରଖିବାକୁ ପଡ଼ିବ, ନଚେତ୍ ଦଣ୍ଡ କିମ୍ବା ଜରିମାନା ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ଯଦି ମୋବାଇଲ୍ ଟ୍ରେନରୁ ଖସି ପଡ଼ିଛି, ତେବେ ତୁରନ୍ତ ମନେରଖନ୍ତୁ ଯେ ଆପଣଙ୍କ ମୋବାଇଲ୍ କେଉଁ ସ୍ଥାନରେ ପଡିଛି । ଯଦି ସେଠାରେ କୌଣସି ଇଲେକ୍ଟିକ୍ ପୋଲ ଅଛି, ତେବେ ତାହାର ନମ୍ବରକୁ ନୋଟ୍ କରନ୍ତୁ ।
ଏପରି ପାଇବେ ମୋବାଇଲ୍ :-
ଏହା ପରେ ଯଦି ଆପଣ ପରିବାର ସହିତ ଭ୍ରମଣ କରୁଛନ୍ତି କିମ୍ବା ଆପଣ ଏକାକୀ ଯାତ୍ରା କରୁଛନ୍ତି, ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଦ୍ୱିତୀୟ ମୋବାଇଲ୍ ଫୋନ୍ ନାହିଁ, ତେବେ ତୁରନ୍ତ ଅନ୍ୟ କାହା ମୋବାଇଲ୍ ଫୋନ୍ ସାହାଯ୍ୟରେ ଆରପିଏଫକୁ ମୋବାଇଲର ପଡ଼ିଯାଇଥିବା ବିଷୟରେ ଜଣାଇବା ଉଚିତ୍ । କେଉଁ ସ୍ଥାନରେ, କେଉଁ ଷ୍ଟେସନ ଓ କେତେ ନମ୍ବର ଇଲେକ୍ଟ୍ରିକ୍ ପୋଲ ପାଖରେ ଆପଣଙ୍କ ମୋବାଇଲ ଖସିଛି, ତାହା ଆରପିଏଫକୁ କୁହନ୍ତୁ । ଏହା ପରେ ଆରପିଏଫ୍ ଆପଣଙ୍କ ମୋବାଇଲ୍ ଖୋଜିବା ପାଇଁ ସେଠାକୁ ଯିବ ଏବଂ ମୋବାଇଲ୍ ପାଇବା ପରେ ଏହାକୁ ଷ୍ଟେସନରେ ଜମା କରିବ ଯେଉଁଠାରୁ ଆପଣ ଆପଣଙ୍କର ମୋବାଇଲ୍ ନେଇ ପାରିବେ ।