ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ୬ କୋଟି ୟୁଜର୍ସଙ୍କୁ ମିଳିଲା ପେମେଣ୍ଟ ଅନୁମତି, ସମୁଦାୟ ହେଲେ ଏତିକି ୟୁଜର୍ସ

ନୂଆଦିଲ୍ଲୀ: ନାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ହ୍ୱାଟ୍ସଆପ ୟୁପିଆଇ ପେମେଣ୍ଟ ରେ ବଡ଼ ପରିବର୍ତ୍ତନ କରିଛି । ଏବେ ଏନପିସିଆଇ ହ୍ୱାଟ୍ସଆପରେ ୟୁପିଆଇ ୟୁଜର୍ସଙ୍କୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ଏବେ ଏହି ସଂଖ୍ୟା ୧୦ କୋଟି ହୋଇଛି । ଏହି ନିଷ୍ପତ୍ତି ପରେ ହ୍ୱାଟ୍ସଆପ୍ ୟୁପିଆଇ ପେମେଣ୍ଟ ସିଷ୍ଟମ ଦ୍ୱାରା ଅଧିକ ଲୋକଙ୍କୁ ଯୋଡ଼ାଯାଇପାରିବ । ପୂର୍ବରୁ ହ୍ୱାଟ୍ସଆପ୍ ୟୁପିଆଇରେ କେବଳ ୪ କୋଟି ଲୋକଙ୍କୁ ଅନୁମତି ରହିଥିଲା । ଯାହାକୁ ବର୍ତ୍ତମାନ ଆଉ ୬ କୋଟି ବଢ଼ାଯାଇଛି ଅର୍ଥାତ ଏବେ ସମୁଦାୟ ୧୦ କୋଟି ୟୁଜର୍ସଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି ।

ହ୍ୱାଟ୍ସଆପରେ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ ୨୦୨୦ ରେ ଅନୁମତି ମିଳିଥିଲା । ପ୍ରଥମେ ଏଥିରେ ୨ କୋଟି ଲୋକଙ୍କୁ ଅନୁମତି ମିଳିଥିଲାବେଳେ ପରେ ନଭେମ୍ବର ୨୦୨୧ ଏହା ୪ କୋଟି ଲୋକଙ୍କୁ ଅନୁମତି ମିଳିଥିଲା । ଆଉ ଏବେ ସମୁଦାୟ ୧୦ କୋଟି ଲୋକଙ୍କୁ ଅନୁମତି ମିଳିଛି ।

ଏହି ଅବସରରେ ହ୍ୱାଟ୍ସଆପ୍ ପେମେଣ୍ଟ୍ ଇଣ୍ଡିଆର ନିର୍ଦ୍ଦେଶକ ମନୀଷ ମାହାତ୍ମେ କହିଛନ୍ତି ଯେ ୟୁପିଆଇ ସିଷ୍ଟମ ସଂପୂର୍ଣ୍ଣ ସଫଳ ହୋଇଛି ଏବଂ ଆମେ ଆଶା କରୁଛୁ ଯେ ଦେଶ ପାଇଁ ଏହାର ଅଧିକ ସୁଯୋଗ ରହିଛି । ଏହାଦ୍ୱାରା ଗ୍ରାମାଞ୍ଚଳରେ ଲୋକମାନେ ଡିଜିଟାଲ ମାଧ୍ୟମରେ ଆର୍ଥିକ କାରବାର କରିବାରେ ସହାୟକ ହେବେ ଏବଂ ଏହାଦ୍ୱାରା ଲୋକଙ୍କ ଜୀବନରେ ଉନ୍ନତି ଆସିବ । ତେବେ ଏନପିସିଆଇ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ସଂଖ୍ୟା ରେଗୁଲେଟ ନକରିବାକୁ ପରାମର୍ଶ ଦେଇଛି ହସ୍ଟ୍ଆପ୍ ।

ସେ କହିଥିଲେ ଯେତେବେଳେ ହ୍ୱାଟ୍ସଆପ୍ କେବଳ ୪ କୋଟି ୟୁଜର୍ସ ବ୍ୟବହାର ୟୁପିଆଇ ବ୍ୟବହାର କରୁଥିଲେ ସେତେବେଳେ ପ୍ରତିମାସରେ ୨.୬ ମିଲିୟନ ଟ୍ରାଞ୍ଜାକସନ ହେଉଥିଲା । ସେହିଭଳି ମାର୍ଚ୍ଚ ତୁଳନାରେ ଗତ ବର୍ଷ ଅକ୍ଟୋବରରେ ୨୪୦ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିଲା ।

ଏନପିସିଆଇର ଡାଟା ଅନୁଯାୟୀ ମାର୍ଚ୍ଚ ମାସରେ ପ୍ରାୟ ୫ ବିଲିୟନ ଟ୍ରାଞ୍ଜାକ୍ସନ ହୋଇଥିଲା ଯେଉଁଥିରେ କେବଳ ହ୍ୱାଟ୍ସଆପ୍ ପେ ମାଧ୍ୟମରେ କେବଳ ୨.୫୪ ମିଲିୟନ ଟ୍ରାଞ୍ଜାକ୍ସନ ହୋଇଥିଲା । ମାର୍ଚ୍ଚ ମାସରେ ଫୋନ ପେ ପାଖରେ ୪୭ % ମାର୍କେଟ ସେୟାର ରହିଥିବାବେଳେ, ଗୁଗଲ ପେ ପାଖରେ ୩୪ %, ପେଟିଏମ ପାଖରେ ୧୫.୪ %, ଆମାଜନ ପେ ପାଖରେ ୧.୪୧ % ଏବଂ ହ୍ୱାଟ୍ସଆପ୍ ପେ ପାଖରେ ୦.୦୪ ପ୍ରତିଶତ ରହିଥିଲା ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ପାଖରେ ୨ % ମାର୍କେଟ ସେୟାର ରହିଥିଲା ।

ସୂଚନାଯୋଗ୍ୟ, ଭାରତରେ କୌଣସି ପ୍ରକାର ୟୁପିଆଇ ପେମେଣ୍ଟକୁ ନିୟନ୍ତ୍ରଣ କରିବା ଅଧିକାର ଏନପିସିଆଇ ପାଖରେ ରହିଛି ।