fbpx

ଭାରତର ଜନସଂଖ୍ୟା କେବେ ହ୍ରାସ ପାଇବ? ମିଳିତ ଜାତିସଂଘର ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତର ଜନସଂଖ୍ୟା ୧୪୧.୭୨ କୋଟି । ମିଳିତ ଜାତିସଂଘ କହିଛି ଯେ, ଯଦି ଏହି ବେଗରେ ଜନସଂଖ୍ୟା ବୃଦ୍ଧି ପାଉଛି, ତେବେ ୨୦୬୦ ଦଶକ ପୂର୍ବରୁ ଭାରତର ଜନସଂଖ୍ୟା ପ୍ରାୟ ୧୭୦ କୋଟିରେ ପହଞ୍ଚିବ । ତେବେ ମିଳିତ ଜାତିସଂଘ ଏହା ମଧ୍ୟ କହିଛି ଯେ ଏହା ପରେ ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ କରିବ ଏବଂ ଜନସଂଖ୍ୟା ୧୨ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।

କିନ୍ତୁ ହ୍ରାସ ପରେ ମଧ୍ୟ ଶତାବ୍ଦୀ ମଧ୍ୟରେ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇ ରହିବ ।

ଜୁଲାଇ ୧୧ ଗୁରୁବାର ଦିନ ଦୁନିଆ ପାଳିଥିଲା ବିଶ୍ୱ ଜନସଂଖ୍ୟା ଦିବସ । ଏହି ଦିନ ପ୍ରକାଶିତ ବିଶ୍ୱ ଜନସଂଖ୍ୟା ଆଶା ୨୦୨୪ ରିପୋର୍ଟରେ ଦର୍ଶାଯାଇଛି ଯେ ଆସନ୍ତା ୫୦-୬୦ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ବୃଦ୍ଧି ପାଇବ ଏବଂ ୨୦୮୦ ଦଶକ ମଧ୍ୟ ଭାଗରେ ପ୍ରାୟ ୧୦.୩ ବିଲିୟନ ପହଞ୍ଚିବ ବୋଲି ଆଶା କରାଯାଉଛି । ୨୦୨୪ ରେ ବିଶ୍ୱର ଜନସଂଖ୍ୟା ହେଉଛି ୮୨୦ କୋଟି । ଜନସଂଖ୍ୟା ଶିଖର ଛୁଇଁବା ପରେ ବିଶ୍ୱର ଜନସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବ ଏବଂ ଶତାବ୍ଦୀର ଶେଷ ସୁଦ୍ଧା ୧୦୨ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

ଗତ ବର୍ଷ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚୀନ୍କୁ ପଛରେ ପକାଇ ଦେଇଥିବ ଭାରତ । ଭାରତ ୨୧୦୦ ପର୍ଯ୍ୟନ୍ତ ଶୀର୍ଷରେ ରହିବ ।

ଜାତିସଂଘର ଅର୍ଥନୈତିକ କାର୍ଯ୍ୟାଳୟ ରିପୋର୍ଟରେ କୁହାଯାଇଛି ଯେ, ୨୦୬୦ ଦଶକ ପୂର୍ବରୁ ଭାରତର ଜନସଂଖ୍ୟା ପ୍ରାୟ ୧୭୦ କୋଟିରେ ପହଞ୍ଚିବା ପରେ ୧୨% ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ଭାରତର ଜନସଂଖ୍ୟା ୧ ବିଲିୟନ ୪୫ କୋଟି ହେବ ଏବଂ ଏହା ୨୦୫୪ ରେ ୧ ବିଲିୟନ ୬୯ କୋଟିକୁ ବୃଦ୍ଧି ପାଇବ । ଏହା ପରେ, ୨୧୦୦ ମସିହାରେ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧ ବିଲିୟନ ୫୦ କୋଟିକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଜନସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱର ସର୍ବବୃହତ ଦେଶ ଏବଂ ଅନୁମାନ କରାଯାଉଛି ଯେ ଶତାବ୍ଦୀ ମଧ୍ୟରେ ଜନସଂଖ୍ୟା ଏହିପରି ରହିବ ।

Get real time updates directly on you device, subscribe now.