‘ଏଇ ବୁଢା ସେପର୍ଯ୍ୟନ୍ତ ଅଟକିବନି..’, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏପରି କାହିଁକି କହିଲେ ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଆଜି ନିର୍ବାଚ ବିଗୁଲ ବାଜିବ। ନିର୍ବାଚନ ଆୟୋଗ ଆଜି ନିର୍ବାଚନ ତାରିଖର ଘୋଷଣା କରିବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଏନସିପି( ଶରଦ ଦଳ)ର ନେତା ଶରଦ ପାୱାର ବଡ଼ ବିବୃତ୍ତି ଦେଇଛନ୍ତି। ଏକ ନିର୍ବାଚନ ରାଲିରେ ପାୱାର ପୁରୁଣା ଘଟଣାର ଦାବି କରି ନିଜର ଆଗାମୀ ରାଜନୀତି ବିଷୟରେ ମନ୍ତବ୍ୟ ଦେଇଛନ୍ତି।

ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଶରଦ ପାୱାର ପୁରୁଣା ଘଟଣାକୁ ବାଖ୍ୟା କରି କହିଛନ୍ତି ଯେ, ଏହି ବୁଢା ବର୍ତ୍ତମାନ କୁଆଡେ ଯିବନାହିଁ। ସେ କହିଛନ୍ତି ଯେ, ଥରେ ଏକ ରାଲିରେ କିଛି ଯୁବକ ଏକ ବୋର୍ଡ ଧରି ଠିଆ ହୋଇଥିଲେ, ସେଥିରେ ୮୪ ବର୍ଷ ବୁଢା ଲେଖାଯାଇଥିବାର ମୁଁ ଦେଖିଥିଲି। ମୁଁ କହିଥିଲି ଯେ, ଆପଣ ଚିନ୍ତା କରନ୍ତୁ ନାହିଁ। ଆମକୁ ବହୁତ ଦୂର ଯିବାକୁ ପଡିବ। ଏହି ବୁଢା ଏବେ ଅଟକିବ ନାହିଁ।

ଶରଦ ପାୱାର ଆଗକୁ କହିଛନ୍ତି ଯେ, ସେହି ଯୁବକ ଏହି କଥା କହିବାକୁ ଚାହୁଁଥିଲା ଯେ, ଶରଦ ପାୱାର ବର୍ତ୍ତମାନ ବୁଢା ହୋଇଯାଇଛନ୍ତି ଏବଂ ସେ ରାଜନୀତି ଛାଡିଦେବା ଆବଶ୍ୟକ। ହେଲେ ମୁଛ ସ୍ପଷ୍ଟ କରିଦେଉଛି ଯେ, ବର୍ତ୍ତମାନ ଏହି ବୁଢା ଅଟକିବ ନାହିଁ, ଯେପର୍ଯ୍ୟନ୍ତ ମହାରାଷ୍ଟ୍ର ସଠିକ ରାସ୍ତାକୁ ଆସିନାହିଁ।

Get real time updates directly on you device, subscribe now.